ତିରୁଣା ସେବା ସମବାୟ ସମିତିରେ ଧାନମଣ୍ଡି ଖୋଲିଲା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଳକ ଅନ୍ତର୍ଗତ ତିରୁଣା ପ୍ରାଥମିକ ସେବା ସମବାୟ ସମିତିରେ ଶୁକ୍ରବାର ଧାନମଣ୍ଡି ଉଦଘାଟିତ ହୋଇଯାଇଛି । ଏହି ମଣ୍ଡିକୁ କଟକ ସେବା ସମବାୟ ସମିତି ବ୍ୟାଙ୍କର ନାଉଗାଁ ଶାଖା ପରିଚାଳକ ମନୋରଂଜନ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଉଦଘାଟନୀ ଉତ୍ସବରେ ଜଗତସିଂହପୁର ଏସଏଆରସିଏସ ଶିବ ପ୍ରସାଦ ମହାନ୍ତି, କ୍ରୟ କମିଟି ସଦସ୍ୟ ଡମ୍ବୁରଧର ପରିଡା, ରଂଜନ କୁମାର ବିଶ୍ୱାଳ, ବିଭୁପ୍ରଦାରବିନ୍ଦ ପରିଡା, ଡମ୍ବୁରଧର ସ୍ୱାଇଁ, ଚାଷୀ ଦେବରାଜ ମୁଦୁଲି, ମାଧବାନନ୍ଦ ଜେନା, ଯଶୋବନ୍ତ ବିଶ୍ୱାଳ, ପ୍ରଶନ୍ନ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସମିତି କିରାଣୀ ସଚ୍ଚିନ କୁମାର ବେହୁରା, ଡିଇଓ ଜୟନ୍ତ କୁମାର ଲେଙ୍କା, ସୋବନୀ ମଲ୍ଲିକ ପ୍ରମୁଖ ପରିଚାଳନା କରୁଥିଲେ । ଏହି ମଣ୍ଡି ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ୧ ହଜାର କୁଇଂଟାଲ ଧାନ ସଂଗ୍ରହ କରାଯିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ପ୍ରଥମ ଦିନରେ ୫ ଜଣ ଚାଷୀଙ୍କ ଠାରୁ ୨ ଶହ ୧୫କୁଇଂଟାଲ ଧାନ ସଂଗ୍ରହ କରାଯାଇଛି । ଏହି ସେବା ସମବାୟ ସମିତି ମାଧ୍ୟମରେ ଧାନ ବିକ୍ରୟ କରିବା ପାଇଁ ୮୩୬ଜଣ ଚାଷୀ ନାମ ପଂଜୀକୃତ କରିଥିବା ବେଳେ ସେମାନଙ୍କ ଠାରୁ ପର୍ଯ୍ୟାୟକ୍ରମେ ଧାନ ସଂଗ୍ରହ କରାଯିବ ବୋଲି ସମିତିର ସଂପାଦକ ରଂଜନ ବେହେରା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ