୩ ସମିତି ସଭ୍ୟା ପ୍ରାର୍ଥିନୀ ଅପ୍ରତିଦ୍ୱନ୍ଦୀ

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲାର ମୋହନା ବ୍ଲକ ରେ ଏବେ ରାଜନୀତି ପାଇଁ ତିନି ଦଳ ମଧ୍ୟରେ ଟଣାଓଟରା ଚାଲିଥିବା ବେଳେ କେଉଁଠି ସମିତିସଭ୍ୟ ପ୍ରାର୍ଥି ପାଇଁ ୫ରୁ ୭ ଜଣ ଆଶାୟୀ ନାମାଙ୍କନ ପତ୍ର ଦାଖଲ କରି ମଇଦାନକୁ ଓହ୍ଲାଇ ଥିବା ବେଳେ ଆଉ କେତେ ପ୍ରାର୍ଥୀ ଦଳ ପକ୍ଷରୁ (ସମର୍ଥନ ) ଟିକଟ ନ ପାଇ ସ୍ଵାଧୀନ ଭାବେ ଲଢ଼ୁଛନ୍ତି । କିନ୍ତୁ ମୋହନା ବ୍ଲକ ଅନ୍ତର୍ଗତ ଅନ୍ତରବା ପଞ୍ଚାୟତର ୧୧ଟା ୱାର୍ଡବାସୀ ଚନ୍ଦ୍ରକଳା ମଲ୍ଲିକଙ୍କୁ ଅପ୍ରତିଦ୍ୱନ୍ଦୀ ପ୍ରାର୍ଥୀ ଭାବେ ଚୟନ କରିଛନ୍ତି । ସେହିପରି ଲବାରସିଙ୍ଗ ପଞ୍ଚାୟତର ୧୨ଟି ୱାର୍ଡବାସୀ ମଧ୍ୟ ମଞ୍ଜୁଳା ନାୟକଙ୍କୁ ସମତି ସଭ୍ୟା ଭାବେ ଚୟନ କରିଛନ୍ତି ଏବଂ ଜିରାଙ୍ଗ ପଞ୍ଚାୟତର ୧୧ଟି ୱ।ର୍ଡବାସୀ ବିନା ନିର୍ବାଚନରେ ମିନି ପାଇକଙ୍କୁ ଅପ୍ରତିଦ୍ଵନ୍ଦୀ ପ୍ରାର୍ଥୀନୀ ଭାବେ ମନୋନୀତ କରିଛନ୍ତି । ପଞ୍ଚାୟତରେ ରହିଥିବା ବିଭିନ୍ନ ଅଞ୍ଚଳର ଉର୍ଣ୍ଣତି ପାଇଁ ସମସ୍ତ ସଭ୍ୟା ଅଗ୍ରାଧୀକାର ଦେବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ୩ଟି ପଞ୍ଚାୟତରେ ବିଜେଡ଼ି ତାର ୩ଟି ଅପ୍ରତିଦ୍ୱନ୍ଦୀ ସମିତି ସଭ୍ୟା ପ୍ରାର୍ଥୀନୀ ହାତେଇବାରେ ସଫଳ ହୋଇପାରିଛି । ୩ଟି ମହିଳା ନେତ୍ରୀଙ୍କୁ ବିଜୟ କରିଥିବା କହିଛନ୍ତି ଚନ୍ଦ୍ରଗିରି ଜୋନ ବିଜେଡି ସଭାପତି ରାମ ଦଳବେହେରା ଓ କର୍ମୀ ଭାସ୍କର ସାହୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ