ପଞ୍ଚାୟତ ନିର୍ବାଚନରେ ପର୍ଯ୍ୟବେକ୍ଷଙ୍କ ଅନୁଧ୍ୟାନ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ସମଗ୍ର ରାଜ୍ୟରେ ସଂପ୍ରତି ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ହେଉଥିବା ନାମାଙ୍କନ ପତ୍ର କାର୍ଯ୍ୟକ୍ରମ ଜାରି ରହିଛି । ଏଥିଲାଗି ଗଜପତି ଜିଲ୍ଲାରେ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିଛି । ନାମାଙ୍କନ ପତ୍ର ଦାଖଲ ଭରିବା ଶେଷ ତାରିଖ ହୋଇଯାଛି ।  ଏହାକୁ ପରିଚାଳନା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ କଡାକଡି ନିୟମାବଳୀ ପାଇଁ ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି । ଏହାକୁ ପାଳନ କରିବା ପାଇଁ ଗଜପତି ଜିଲ୍ଲାକୁ ପର୍ଯ୍ୟବେକ୍ଷକ ତଥା ସ୍ୱତନ୍ତ୍ର ସଚିବ-ଏଫ୍ ଆଣ୍ଡ ଏଆର୍‌ଡି ବିଶ୍ୱମୋହନ ରାୟ ଆଜି ଗସ୍ତ କରି ସମସ୍ତ ଅନୁଧ୍ୟାନ କରି ଫେରିଥିବାର ଜଣାପଡିଛି । ଆଜି ପର୍ଯ୍ୟବେକ୍ଷକ ଶ୍ରୀ ରାୟଙ୍କ ସମେତ ପାରଳାଖେମୁଣ୍ଡି ଠାରେ ଥିବା ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ରଙ୍କ କାର୍ଯ୍ୟାଳୟ ଠାରେ ପହଂଚି ଜିଲ୍ଲା ପରିଷଦ ସଭ୍ୟ ସଭ୍ୟାଙ୍କ ଲାଗି ନାମାଙ୍କନ ଦାଖଲ କରିଥିବା ବିଭିନ୍ନ ପ୍ରାର୍ଥି ପ୍ରାର୍ଥିନୀଙ୍କ ସମସ୍ତ ଦସ୍ତାବିଜ ତଥା ଶୃଙ୍ଖଳିତ ନିର୍ବାଚନ ପ୍ରକ୍ରିୟାର ନିର୍ଦ୍ଦେଶାବଳୀ, କୋଭିଡ୍ ଗାଇଡ୍‌ଲାଇନ ଆଦିର ଅନୁଧ୍ୟାନ କରିଥିଲେ । ଅନୁଧ୍ୟାନ ଓ ପରିଦର୍ଶନ ପରେ ଶ୍ରୀ ରାୟ ସନ୍ତୋଷ ବ୍ୟକ୍ତ କରିଥିବାର ମଧ୍ୟ ଜଣାପଡିଛି । ପର୍ଯ୍ୟବେକ୍ଷଙ୍କ ଏହି ଗସ୍ତ  ଓ ଅନୁଧ୍ୟାନବେଳେ  ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା, ସହକାରୀ ଉପ ଜିଲ୍ଲାପାଳ ଜୁବୁଲି ଚରଣ ବେହେରା ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ