ଆଶାୟୀଙ୍କ ସଂଖ୍ୟା ଅଧିକ, ଯାଞ୍ଚରେ ବାଦ୍ ପଡିଲେ ମାତ୍ର ୬ ଜଣ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ଢେର ଅଧିକ ରହିଛି । ଓ୍ବାର୍ଡ ସଭ୍ୟ, ସରପଞ୍ଚ ଓ ସମିତି ସଭ୍ୟ ପଦବୀ ସକାଶେ ହିଞ୍ଜିଳିକାଟୁ ବ୍ଲକ୍ ର ୨୧ଟି ପଞ୍ଚାୟତ ସକାଶେ ଆଶାୟୀଙ୍କ ମଧ୍ୟରେ ତିବ୍ର ପ୍ରତିଯୋଗିତା ଦେଖାଦେଇଛି । ଫଳରେ ନିର୍ବାଚନ ରଙ୍ଗ ପରିବର୍ତ୍ତନ ହୋଇ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମୁହାଁମୁହିଁ ଓ ତିବ୍ର ପ୍ରତିଦ୍ବନ୍ଦିତା ହେବା ଶନିବାର ଯାଞ୍ଚ ପ୍ରକିୟାରୁ ସଙ୍କେତ ମିଳିଛି । ଶନିବାର ଯାଞ୍ଚ ପ୍ରକିୟା ବେଳେ ନାମାଙ୍କନ ଦାଖଲ କରିଥିବା ୪୬୫ ଓ୍ବାର୍ଡ ସଭ୍ୟଙ୍କ ମଧ୍ୟରୁ ଜଣେ ଆଶାୟୀ ଙ୍କ ନାମାଙ୍କନ ପତ୍ର ନାକଚ ହୋଇ ଅଙ୍କ ୪୬୪ରେ କାଏମ ରହିଛି । ସରପଞ୍ଚ ପଦବୀ ସକାଶେ ନାମାଙ୍କନ ଦାଖଲ କରିଥିବା ୧୦୧ ଜଣ ଆଶାୟୀଙ୍କ ମଧ୍ୟରୁ ମାତ୍ର ୨ ଜଣଙ୍କ ନାମାଙ୍କନ ପତ୍ର ନାକଚ ହୋଇ ଅବଶିଷ୍ଟ ୯୯ଙ୍କ କାଏମ ରହିଛି । ସେହିପରି ସମିତି ସଭ୍ୟ ସକାଶେ ୭୧ ଜଣ ଆଶାୟୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସେଥିମଧ୍ୟରୁ ୩ ଜଣଙ୍କ ନାମାଙ୍କନ ପତ୍ର ନାକଚ ହୋଇ ଅବଶିଷ୍ଟ ୬୮ ଜଣଙ୍କ ନାମାଙ୍କନ ପତ୍ର କାଏମ ରହିଛି । ଯାଞ୍ଚ ପ୍ରକ୍ରିୟା ଶେଷ ସୁଦ୍ଧା ଓ୍ବାର୍ଡ ସଭ୍ୟଙ୍କ ସକାଶେ ପ୍ରାୟ ୨ ଗୁଣା କାଏମ ରହିଥିବା ବେଳେ ସରପଞ୍ଚ ପଦବୀ ସକାଶେ ପ୍ରାୟ ୫ ଗୁଣା ଓ ସମିତି ସଭ୍ୟ ସକାଶେ ପ୍ରାୟ ୩ ଗୁଣା ଆଶାୟୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବା ପାଇଁ ଆଶାବାଦୀ ରହିଛନ୍ତି । ହିଞ୍ଜିଳିକାଟୁ ବ୍ଲକ୍ ନିର୍ବାଚନ ଅଧିକାରୀ ସୁବ୍ରତ କୁମାର ଜେନାଙ୍କ ସୂଚନା ଅନୁସାରେ ହିଞ୍ଜିଳିକାଟୁ ବ୍ଲକ୍ ର ବଡଖଣ୍ଡି ପଞ୍ଚାୟତ ସକାଶେ ୨୨ ଓ୍ବାର୍ଡ ସଭ୍ୟ, ୪ସରପଞ୍ଚ ଓ ୩ ସମିତି ସଭ୍ୟ ରହିଛି । ବେଲଗାଁରେ ୧୬ ଓ୍ବାର୍ଡ ସଭ୍ୟ, ୬ ସରପଞ୍ଚ ଓ ୪ ସମିତି ସଭ୍ୟ ରହିଛି । ଭାବନ୍ଧରେ ୧୪ ଓ୍ବାର୍ଡ ସଭ୍ୟ, ୨ ସରପଞ୍ଚ ଓ ୧ ସମିତି ସଭ୍ୟ ରହିଛି । ବୁରୁପୋଡାରେ ୩୭ ଓ୍ବାର୍ଡ ସଭ୍ୟ, ୩ ସରପଞ୍ଚ ଓ ୪ ସମିତି ସଭ୍ୟ ରହିଛି । ଚାନ୍ଦୁଲିରେ ୧୪ ଓ୍ବାର୍ଡ ସଭ୍ୟ, ୫ ସରପଞ୍ଚ ଓ ୮ ସମିତି ସଭ୍ୟ ରହିଛି । ଦାରୁଭଦ୍ରାରେ ୧୭ ଓ୍ବାର୍ଡ ସଭ୍ୟ, ୩ ସରପଞ୍ଚ ଓ ୧ ସମିତି ସଭ୍ୟ ରହିଛି । ଦୟାପଲ୍ଲୀରେ ୧୬ ଓ୍ବାର୍ଡ ସଭ୍ୟ, ୩ ସରପଞ୍ଚ ଓ ୮ ସମିତି ସଭ୍ୟ ରହିଛି । ଧୋବାଡିରେ ୧୧ ଓ୍ବାର୍ଡ ସଭ୍ୟ, ୨ ସରପଞ୍ଚ ଓ ୫ ସମିତି ସଭ୍ୟ ରହିଛି । ଦୁର୍ବନ୍ଦ ୪୯ ଓ୍ବାର୍ଡ ସଭ୍ୟ, ୬ ସରପଞ୍ଚ ଓ ୩ ସମିତି ସଭ୍ୟ ରହିଛି । ଗଣ୍ଡଳାରେ ୨୩ ଓ୍ବାର୍ଡ ସଭ୍ୟ, ୪ ସରପଞ୍ଚ ଓ ୫ ସମିତି ସଭ୍ୟ ରହିଛି । କଞ୍ଚୁରୁରେ ୨୧ ଓ୍ବାର୍ଡ ସଭ୍ୟ, ୫ ସରପଞ୍ଚ ଓ ୧ ସମିତି ସଭ୍ୟ ରହିଛି । କରିବାରେ ୨୧ ଓ୍ବାର୍ଡ ସଭ୍ୟ, ୯ ସରପଞ୍ଚ ଓ ୫ ସମିତି ସଭ୍ୟ ରହିଛି । ମକରଝୋଳରେ ୨୨ ଓ୍ବାର୍ଡ ସଭ୍ୟ, ୫ ସରପଞ୍ଚ ଓ ୩ ସମିତି ସଭ୍ୟ ରହିଛି । ନନ୍ଦିକରେ ୨୦ ଓ୍ବାର୍ଡ ସଭ୍ୟ, ୬ ସରପଞ୍ଚ ଓ ୨ ସମିତି ସଭ୍ୟ ରହିଛି । ପୋଚିଲିମାରେ ୧୩ ଓ୍ବାର୍ଡ ସଭ୍ୟ, ୧ ସରପଞ୍ଚ ଓ ୨ ସମିତି ସଭ୍ୟ ରହିଛି । ପୁଟିଆପଦରରେ ୨୨ ଓ୍ବାର୍ଡ ସଭ୍ୟ, ୬ ସରପଞ୍ଚ ଓ ୧ ସମିତି ସଭ୍ୟ ରହିଛି । ରାଳବରେ ୨୯ ଓ୍ବାର୍ଡ ସଭ୍ୟ, ୪ ସରପଞ୍ଚ ଓ ୪ ସମିତି ସଭ୍ୟ ରହିଛି । ଶାସନ ଆମ୍ବଗାଁ ରେ ୨୭ ଓ୍ବାର୍ଡ ସଭ୍ୟ, ୫ ସରପଞ୍ଚ ଓ ୪ ସମିତି ସଭ୍ୟ ରହିଛି । ସାହାପୁରରେ ୨୩ ଓ୍ବାର୍ଡ ସଭ୍ୟ, ୧ ସରପଞ୍ଚ ଓ ୧ ସମିତି ସଭ୍ୟ ରହିଛି । ସାରୁରେ ୨୨ ଓ୍ବାର୍ଡ ସଭ୍ୟ, ୯ ସରପଞ୍ଚ ଓ ୨ ସମିତି ସଭ୍ୟ ରହିଛି । ସିକିରିରେ ୨୫ ଓ୍ବାର୍ଡ ସଭ୍ୟ, ୧୦ ସରପଞ୍ଚ ଓ ୧ ସମିତି ସଭ୍ୟ ରହିଛି । ସୂଚନା ଅନୁସାରେ ଦୁର୍ବନ୍ଧ ପଞ୍ଚାୟତରେ ସର୍ବାଧିକ ଓ୍ବାର୍ଡ ସଭ୍ୟ ଥିବା ବେଳେ ଧୋବାଡି ପଞ୍ଚାୟତରେ ସର୍ବନିମ୍ନ ଓ୍ବାର୍ଡ ସଭ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସରପଞ୍ଚ ପଦବୀ ସକାଶେ ସିକିରି ପଞ୍ଚାୟତରେ ସର୍ବାଧିକ ଆଶାୟୀ ଥିବା ବେଳେ ପୋଚିଲିମା ଓ ସାହାପୁର ପଞ୍ଚାୟତରେ ଜଣେ ଲେଖାଏଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ସମିତି ସଭ୍ୟ ସକାଶେ ଦୟାପଲ୍ଲୀ ଓ ଚାନ୍ଦୁଲି ପଞ୍ଚାୟତରେ ସର୍ବାଧିକ ଆଶାୟୀ ଥିବା ବେଳେ ଭାବନ୍ଧ, ଦାରୁଭଦ୍ରା, କଞ୍ଚୁରୁ, ପୁଟିଆପଦର, ସାହାପୁର ଓ ସିକିରି ପଞ୍ଚାୟତରେ ସର୍ବନିମ୍ନ ଜଣେ ଲେଖାଏଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଫଳରେ ସଂପୃକ୍ତ ପଞ୍ଚାୟତ ଗୁଡିକରେ ବହୁମୁଖି ପ୍ରତିଦ୍ବନ୍ଦିତା ଓ ଅବଶିଷ୍ଟ ପଞ୍ଚାୟତରେ ତିବ୍ର ଲଢେଇ ହେବା ସମ୍ଭାବନା ରହିଥିବା ବେଳେ ରାଜନୈତିକ ପରିବେଶ ସରଗରମ ହେବା ସହ ଏକ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିବା ସମ୍ଭାବନା ରହିଛି । ୨୫ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକିୟା ଶେଷ ହେବା ପରେ ବିଭିନ୍ନ ଦଳ ମଧ୍ୟରେ ଚଳଚଞ୍ଚଳ ପରିବେଶ ସୃଷ୍ଟି ହେବା ସହ ଲଢେ଼ଇ ଜୋରଦାର ଓ ରୋଚକପୁର୍ଣ୍ଣ ସ୍ଥିତିରେ ପହଞ୍ଚିବା ଆକଳନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ