ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା’ରେ ୫୬ ଜଣ’ଙ୍କ ୬୫’ଟି ନାମାଙ୍କନ ପତ୍ର ବିଧିବତ କାଏମ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଆସନ୍ତା ଫେବୃଆରୀ ମାସର ୧୬ ତାରିଖରୁ ୨୪ ତାରିଖ ମଧ୍ୟରେ ୫ଟି ପର୍ଯ୍ୟାୟରେ ଅର୍ଥାତ ୧୬,୧୮,୨୦, ୨୨ ଏବଂ ୨୪ ତାରିଖ ଦିନ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ , ଏହି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲର ଯାଞ୍ଚ ପ୍ରକ୍ରିୟା ପରେ ପୂର୍ବରୁ ଦାଖଲ ହୋଇଥିବା ସମସ୍ତ ୫୬ ଜଣଙ୍କ ୬୫ଟି ନାମାଙ୍କନ ପତ୍ର ବିଧିବତ କାଏମ ରହିଥିବା ଜିଲ୍ଲା ନିର୍ବାଚନ ତଥା ଉପଜିଲ୍ଲାପାଳ’ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଛି । ଏହି ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବସରରେ ଚଳିତ ମାସ’ର ଗତ ୧୭ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲର ନିର୍ଦ୍ଧାରିତ ସମୟ ସୀମା ରହିଥିଲା । ତେବେ ଏହି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଗଜପତି ଜିଲ୍ଲାର ସମସ୍ତ ୭ ଗୋଟି ବ୍ଲକ ପାଇଁ ରହିଥିବା ୧୪ ଗୋଟି ଜିଲ୍ଲା ପରିଷଦ ଜୋନ୍ ନିମନ୍ତେ ଜିଲ୍ଲାର ପ୍ରମୁଖ ରାଜନୈତିକ ଦଳ ଯଥା:- ବିଜେଡି , କଂଗ୍ରେସ , ବିଜେପି ଓ ବାମଦଳ ମାନଙ୍କ ପକ୍ଷରୁ ମୋଟ ୫୬ ଜଣ ୬୫ଟି ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଜି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ବେଳେ ସମସ୍ତ ୬୫ଟି ଯାକ ନାମାଙ୍କନ ପତ୍ର ବିଧିବତ କାଏମ ରହିଛି । ମଧ୍ୟାହ୍ନ ୩’ଟା ପରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବତ ମନୋନୀତ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କ ନାମ ଓ ସେମାନଙ୍କ ନିର୍ବାଚନୀ ସିମ୍ବଲ(ଚିହ୍ନ) ସହ ପ୍ରକାଶ ପାଇବ । ଏହି ପ୍ରକାଶ ପାଇବା ଠାରୁ ଅର୍ଥାତ ତା:-୨୩/୧/୨୦୨୨’ରିଖ ମଧ୍ୟାହ୍ନ ୩ଟା ଠାରୁ ଆସନ୍ତା ୨୫ ତାରିଖ ମଧ୍ୟାହ୍ନ ୩’ଟା ପର୍ଯ୍ୟନ୍ତ ସମୟ ମଧ୍ୟରେ ନିର୍ବାଚନ’ରେ ପ୍ରତିଦ୍ୱନ୍ଦିତା ପାଇଁ ମୈଦାନ କ୍ଷେତ୍ରରେ ରହିଥିବା ପ୍ରାର୍ଥୀମାନେ, ଯେଉଁମାନେ ଚାହିଁବେ ସେମାନେ ନିର୍ଦ୍ଧାରିତ ୯ ନଂ ଫର୍ମରେ ପୂରଣ କରି ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ପାରିବେ ବୋଲି ଜଣାଯାଇଛି । ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶ୍ରୀ ଦିଲୀପ କୁମାର ମହାରଣା’ଙ୍କ ଉପସ୍ଥିତି ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡେପୁଟି ନିର୍ବାଚନ ଅଧିକାରୀ ଶ୍ରୀ ରାଜେନ୍ଦ୍ର କୁମାର ଭୂୟାଁ ଓ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ’ର କର୍ମଚାରୀ ମାନେ ସମସ୍ତ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ’ର ଯାଞ୍ଚ କରିଥିଲେ । ମୋହନା ବ୍ଳକରେ ୯୨୩ ନାମାଙ୍କନ ପତ୍ର ଦାଖଲ ସ୍ଥାନୀୟ ବ୍ଳକରେ ନାମାଙ୍କନ ପତ୍ର ଦାଖଲର ଶେଷ ଦିବସରେ ଶୁକ୍ରବାର ସୁଦ୍ଧା ମୋଟ ୯୨୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେଥିମଧ୍ୟରୁ ସରପଞ୍ଚ ପ୍ରାର୍ଥୀ ଭାବେ ୧୭୯, ସମିତି ସଭ୍ୟ ୧୪୩ ଓ ୱ।ର୍ଡ ସଭ୍ୟ/ସଭ୍ୟା ଭାବେ ୬୦୧ ଜଣ ନିଜର ନାମାଙ୍କନ ପତ୍ର ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟରେ ଦାଖଲ କରିଥିବା ଭାରପ୍ରାପ୍ତ ଜିପିଇଓ ରବି ପାତ୍ର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ