ବିଭିନ୍ନ ସ୍ଥାନରେ ଚାଲିଛି କୋଭିଡ୍ ସଚେତନତା

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ବିଭିନ୍ନ ସ୍ଥାନରେ ଚାଲିଛି ସଚେତନତା କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଓ କାଶୀନଗର ବ୍ଲକ୍ ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆରୋଗ୍ୟ ପ୍ଲସ ଓ ଅଙ୍ଗନୱାଡି କର୍ମୀ ମାନଙ୍କ ସହଯୋଗ ଦ୍ଵାରା ଘର ଘର ବୁଲି ଆଗରୁ ନିଜ ଘରେ ଆଇସୋଲେସନ ରେ ଥିବା ରୋଗୀ ମାନଙ୍କୁ ମାଗଣେ ଔଷଧ ବଣ୍ଟନ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ବିଷୟ ପଚାରି ବୁଝୁଥିଲେ । ଏହାସହ ରାପିଡ଼ ଆଣ୍ଟିଜେଣ୍ଟ ଓ ଅରଟିପିସିଆର୍ ରକ୍ତ ନମୁନା ସଂଗ୍ରହ କରିଥିବାର ଜଣାପଡିଛି । ଏହା ସହିତ ଗଜପତି ଜିଲ୍ଲାରେ ମୁଖ୍ୟଚିକତ୍ସାଳୟ ଏବଂ ଜିଲ୍ଲାର ଅନ୍ୟାନ୍ୟ ସ୍ଵାସ୍ଥ୍ୟ କେନ୍ଦ୍ର ଗୁଡିକରେ ମଧ୍ୟ କୋଭିଡ୍-୧୯ ଟିକା କାର୍ଯ୍ୟକ୍ରମ ସବୁ ଚାଲିଥିବାର ଜଣାପଡିଛି । କୋଭିଡ୍ ସଂକ୍ରମଣ କୁ ରୋକିବା ସକାଶେ ପ୍ରଶାସନ ପକ୍ଷରୁ ବ୍ୟବସ୍ତା ବିଭିନ୍ନ ସ୍ଥାନରେ ଚାଲିଥିବା ସହ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଚାଲିଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published.

Advertisement

ଏବେ ଏବେ