ମୋହନା ଓ ଅଡବା ଅଞ୍ଚଳରୁ ଚୋରୀ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ଓ ଅଡବା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଗୁରୁବାର ରାତିରେ ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଛି । ସ୍ଥାନୀୟ ହିଲଟପ କଲେଜ ନିକଟରେ ପାନ ଗୁଟକା ଦୋକାନ କରିଥିବା ରାମେଶ୍ଵର ପାତ୍ରଙ୍କ ଦୋକାନ ଗୃହର ଚାବି ଭାଙ୍ଗି ଡ୍ରରେ ରଖିଥିବା ୩ ହଜାର ଟଙ୍କା ସମେତ ବିଭିନ୍ଚ ପ୍ରକାର ଗୁଟକା ଓ ସିଗାରେଟ ଚୋରୀ ହୋଇଯାଇଛି । ସେହିପରି ଅଡବା ବଜାରର ମୁଖ୍ୟ ରାସ୍ତା ପାର୍ଶ୍ଵରେ ରହିଥିବା ଲବ ପାଟଗୁରୁଙ୍କର ଘରେ କେହି ନଥିବା ବେଳେ ତାଲା ଓ ଗ୍ରୀଲ କାଟି ଚୋର କୌଣସି ସାମଗ୍ରୀ ନେଇନପାରି ଛାନଭିନ୍ କରି ଫିଙ୍ଗା ଫୋପଡା କରିଥିବା ଜଣାପଡିଛି । ଅଡବା ଥାନା ଅନ୍ତର୍ଗତ ଆଲିଗଣ୍ଡା ଗ୍ରାମରେ ରହିଥିବା ପଞ୍ଜାବ ନେସନାଲ ବ୍ୟାଙ୍କର ଗ୍ରୀଲ ଓ ଚାବି କାଟି କୌଣସି ଦୁବୁର୍ତ୍ତ ଭିତରେ ପଶି ଚୋରୀ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନଥିବା ଜଣାପଡ଼ିଛି। ଦିନକୁ ଦିନ ଉଭୟ ଥାନା ଅଞ୍ଚଳରେ ଚୋରୀ ବୃଦ୍ଧି ପାଇବାରେ ଲାଗିଛି । ଏଣୁ ପୁଲିସ ପେଟ୍ରୋଲିଙ୍ଗକୁ ଜୋରଦାର କରିବା ପାଇଁ ଅଞ୍ଚଳବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published.

Advertisement

ଏବେ ଏବେ