ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ 125 ତମ ଜୟନ୍ତୀ ପାଳିତ 

ଛତ୍ରପୁର, (ଦେବଦତ୍ତ ମହାରଣା) :-ଆଜି ନେତାଜୀ ସୁବାସ ଚନ୍ଦ୍ର ବୋଷ ଙ୍କ 125 ତମ ଜନ୍ମ ଦିବସ l ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ଭାରତର ବୀର ସନ୍ତାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ 125 ତମ ଜୟନ୍ତୀ ଛତ୍ରପୁର ନୀଳକଣ୍ଠେଶ୍ଵର ସାହି ଓ ଷ୍ଟାଡିୟମ୍ ନିକଟରେ ଥିବା ନେତାଜୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ପାଳନ କରାଯାଇଛି l ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ଅନୂସୁଚିତଜାତି ସଂଯୋଜକ ଶ୍ରୀ ଭାଗୀରଥୀ ବେହେରା, ପୂର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡି, ୨୦ ନଂ ଜୋନ୍ କଂଗ୍ରେସ ଜିଲାପରିଷଦ ପାର୍ଥି ଡି. ରାମସ୍ୱାମୀ ରେଡ୍ଡି, କଂଗ୍ରେସ ନେତା କାଳିଆ ରାଉଳ, ଆଇନ୍ ଜୀବୀ ବାବୁ ନାହକ, ଯୁବ ନେତା ବଳିଆ ବେହେରା, ପୂର୍ବତନ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ର ଛାତ୍ର ସଂସଦ ସଭାପତି ସୁବୋଧ ସୁମନ ସ୍ୱାଇଁ, ଛାତ୍ର ନେତା ମହେଶ କୁମାର ଗୌଡ଼, ଛାତ୍ର କଂଗ୍ରେସ ଜିଲ୍ଲା ଉପସଭାପତି ରାକେଶ ଆଚାର୍ଯ୍ୟ, ଜିଲ୍ଲା ସମ୍ପାଦକ ଚକ୍ରପାଣି ପଲାଇ, ମୁନା ଦାସ୍, ଟି. ସୂର୍ଯ୍ୟ ନାରାୟଣ, ଭେଙ୍କଟେଶୂର ରେଡ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ