ବଜରଙ୍ଗଦଳ ତରଫରୁ ସୂର୍ଯ୍ୟନମସ୍କାର ପାଳନ

ଧାମନଗର (ସନ୍ତୋଷ କୁମାର ପ୍ରଧାନ) :-ଭାରତ ସ୍ୱାଧୀନତାର ୭୫ ତମ ବାର୍ଷିକ ଅବସରରେ ଦେଶ ବିଦେଶରେ ପ୍ରତେକ ଭାରତୀୟ ଅମୃତ ମହୋତ୍ସବ ପାଳନ କରୁଛନ୍ତି । ମାତୃଭୂମି ଆମ ପାଇଁ ସର୍ବଦା ସ୍ଵର୍ଗ ଠାରୁ ମହାନ। ଆମ ପ୍ରିୟ ମାତୃଭୂମି ଭାରତକୁ ଉପହାର ଭାବରେ ସମସ୍ତଙ୍କ ପାଇଁ ଏକ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ପାଇଁ ୭୫ କୋଟି ସୁର୍ଯ୍ୟ ନମସ୍କାରର ବିଶ୍ୱ ରେକର୍ଡ କରିବାକୁ କେନ୍ଦ୍ର ସରକାରଙ୍କ ଆୟୁସ ଓ କ୍ରୀଡା ମନ୍ତ୍ରାଳୟ, ଓଡିଶା ଓ ଜାତୀୟ ଯୋଗାସନ କ୍ରୀଡା ସଂଘ, ପତଞଳୀ ଯୋଗପୀଠ, ଗୀତା ପରିବାର, କ୍ରୀଡା ଭାରତୀ, ବିଶ୍ୱହିନ୍ଦୁ ପରିଷଦ ଆଦି ପ୍ରମୁଖ ସଂଘଠନ ମିଳିତ ପ୍ରୟାସ କରୁଛନ୍ତି । ଏହି କ୍ରମରେ ରବିବାର ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କରଦା ପଞ୍ଚାୟତ କିଲାଟେଶ୍ୱର ମହାଦେବ ମନ୍ଦିର ପରିସରରେ ସୂର୍ଯ୍ୟନମସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜିଲ୍ଲା ବଜରଙ୍ଗଦଳ ସଂଯୋଜକ ବିପିନ ବିହାରୀ ପଣ୍ଡାଙ୍କ ଅୱାନ କ୍ରମେ ନିୟମିତ ସୂର୍ଯ୍ୟ ନମସ୍କାର ଦ୍ୱାରା କେବଳ ଶରୀର ସୁସ୍ଥ ରହେ ନାହିଁ ବର˚ ମାନସିକ ସ୍ୱାସ୍ଥ୍ୟ ଉପରେ ଅନୁକୂଳ ପ୍ରଭାବ ପଡ଼ିବା ସହ ଦେହରେ ରୋଗ ପ୍ରତିରୋଧକ ଶକ୍ତି ସୂର୍ଯ୍ୟ ନମସ୍କାର ସହାୟକ ହୋଇଥାଏ । ଜିଲ୍ଲାର ସମସ୍ତ ବ୍ଳକରେ ବଜରଙ୍ଗ ଦଳର ୩ ହଜାର କାର୍ଯ୍ୟକର୍ତ୍ତା ଏହି ସୂର୍ଯ୍ୟନମସ୍କାର କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ନେଇ ଜିଲ୍ଲା ସଂଯୋଜକ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସହସଂଯୋଜକ ବ୍ରହ୍ମାନନ୍ଦ ସାହୁ, ଉଲ୍ଲାସ ମାଝୀ,ଜିଲ୍ଲା ସୁରକ୍ଷା ପ୍ରମୁଖ ଜୟ ପ୍ରକାଶ ପତି, ଦେବେନ୍ଦ୍ର ନାୟକ, ଖିତିଶ୍ ରାଉତ୍, ଦେବାଶିଷ ରାଉତ, ଦଶରଥ ସାହୁ, ସଞ୍ଚୟ କୁମାର ସ୍ୱାଇଁ,ମନ୍ମଥ ନାୟକ, ସୁଶାନ୍ତ କୁମାର ସାହୁ, ଅନ୍ତର୍ଜମୀ ନାୟକ, ଚଂଦ୍ରଶେଖର ରାଉତ, ମୃତଞ୍ଜୟ ସୂତାର, ସନ୍ତୋଷ ବେହେରା, ସଂଜୀବ କୁମାର ଦାସଙ୍କ ସହ ବହୁ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ