ଟେଲିଫୋନ ଟାୱାରରେ ଅଗ୍ନିକାଣ୍ଡ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ସମଣା ଠାରେ ଥିବା ଭୋଡାଫୋନ ଟାୱାରଟିରେ ଆଜି ସକାଳ ୯ଟା ୩୦ମିନିଟ ସମୟରେ ଅକସ୍ମାତ ନିଆଁ ଲାଗି ଯାଇଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବାବେଳେ ସ୍ଥାନୀୟ ଲୋକମାନେ ପାଣି ଢ଼ାଳି ନିଆଁକୁ ଆୟତ କରିଥିଲେ । ଏହି ଟାୱାର ମାଧ୍ୟମରେ ଏ ଅଞ୍ଚଳର ଲୋକମାନେ ନେଟୱାର୍କ ପାଇ ମୋବାଇଲ ଫୋନ ବ୍ୟବହାର କରୁଥିଲେ । ଟାୱାରଟିରେ ଆଜି ନିଆଁ ଳାଗିଯିବାପରେ ଏହା ଅଚଳ ହୋଇ ପଡିଛି । ବିଭାଗୀୟ କର୍ତ୍ତୁପକ୍ଷ ତୁରନ୍ତ ଏହାକୁ ମରାମତି କରି କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ