ଏନଏସି ଓ ମାଣିତରା ଗ୍ରାମ ଭୋଟର ତାଲିକାରେ ଜଣଙ୍କ ନାମ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ସୋରଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଳଗୁଣ୍ଠା ଏନଏସି ଓ ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡା ବ୍ଲକର ମାଣିତରା ଗ୍ରାମରେ ଜଣେବ୍ୟକ୍ତିଙ୍କ ଦୁଇସ୍ଥାନରେ ନାମ ଥିବା ଜଣାପଡିଛି । ସେହି ବ୍ୟକ୍ତି ଜଣ ନାମ ପ୍ରଫୁଲ କୁମାର ପଣ୍ଡା, ପିତା- ଭଗବାନ ପଣ୍ଡା ବୋଲି ଜଣା ପଡ଼ିଛି । ସୋରଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଳଗୁଣ୍ଠା ଏନଏସି ର ଅନୁଭାଗ ନଂ ୩-ଗୋପୀନାଥ ସାହି ର ଭାଗ ନଂ ୯୧ ଓ କ୍ରମିକ ସଂଖ୍ୟା ୪୭୨ ରେ ପ୍ରଫୁଲ କୁମାର ପଣ୍ଡା, ପି- ଭାଗବାନ ପଣ୍ଡା ଙ୍କ ନାମ ଥିବାବେଳେ ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡା ବ୍ଲକର ମାଣିତରା ଗ୍ରାମର ଅନୁଭାଗ ନଂ ୧-ମାଣିତରା ର ଭାଗ ନଂ ୩୫ ଓ କ୍ରମିକ ନଂ ୧୭୨ ରେ ମଧ୍ୟ ସେହି ବ୍ୟକ୍ତି ପ୍ରଫୁଲ କୁମାର ପଣ୍ଡା, ପିତା- ଭଗବାନ ପଣ୍ଡା ନାମ ରହିଅଛି । ବେଳଗୁଣ୍ଠାର ଭୋଟର ତାଲିକାରେ ଓଆର୧୫/୦୬୬/୨୪୬୪୩୧ ଭୋଟର ଆଇଡ଼ି କାର୍ଡ ନମ୍ବର ଲେଖାଥିବା ବେଳେ ମାଣିତରାର ତାଲିକାରେ ଓଆର/୧୦/୦୬୫/୧୯୮୧୨୯ ଉଲ୍ଲେଖ ରହିଅଛି । ପ୍ରଫୁଲ କୁମାର ପଣ୍ଡାଙ୍କ ନିଜ ଗ୍ରାମ ମାଣିତରା ହୋଇଥିବା ବେଳେ ସେ ବେଳଗୁଣ୍ଠା ଏନଏସିରେ ଘର କ୍ରୟକରି ବସବାସ ସହ ସେହି ଠିକଣାରେ ସ୍କୁଲ ମାନଙ୍କରେ ସରକାରୀ ଚାଉଳ ବଣ୍ଟନ ପାଇଁ ଡିଲର କାର୍ଯ୍ୟ କରିଆସୁଥିଲେ । ବେଳଗୁଣ୍ଠାର ଭୋଟର ତାଲିକାରେ ନିଜର ନାମ ମୋଦନ କରିଥିଲେ ମଧ୍ୟ ମାଣିତରା ଭୋଟର ତାଲିକାରୁ ତାଙ୍କ ନାମ ବାଦ ଦେଇନାହାଁନ୍ତି । ସେ ଉଭୟ ସ୍ଥାନରେ ଭୋଟ ଦେଉଥିବା ମଧ୍ୟ ଶୁଣାଯାଉଛି । ସେ ଉଭୟ ନିର୍ବାଚନ ମଣ୍ଡଳୀରେ ନାମ ରଖି ଉଭୟ ନିର୍ବାଚନ ମଣ୍ଡଳୀରୁ ରାଜନୈତିକ ସ୍ଥରରେ ରହି ଆର୍ଥିକ ଫାଇଦା ନେବାକୁ ଦୁଇ ସ୍ଥାନରେ ନାମ ରଖିଛନ୍ତି ବୋଲି ଲୋକମାନେ ଆଲୋଚନା କରୁଛନ୍ତି । ବୁଗୁଡା ବ୍ଲକରେ ବିଗତ ବର୍ଷରେ ପ୍ରାୟ ଦୀର୍ଘ ୧୦ ବର୍ଷ ଧରି ମାଣିତରା ଗ୍ରାମ ପଞ୍ଚାୟତର ବିଭିନ୍ନ ବ୍ଲକ କାର୍ଯ୍ୟ କରିଥିବା ଶୁଣାଯାଉଥିବା ବେଳେ ବେଳଗୁଣ୍ଠା ବ୍ଲକରେ ବିଭିନ୍ନ ସଂସ୍ଥାକୁ ଚାଉଳ ବଣ୍ଟନ ଦାୟିତ୍ୱ ନେଇଥିବା ମଧ୍ୟ ଶୁଣାଯାଉଛି । ନିଜର ଆର୍ଥିକ ଫାଇଦା ପାଇଁ ଜଣେ ବ୍ୟକ୍ତି ପୋଲସରା ନିର୍ବାଚନ ମଣ୍ଡଳୀ ଓ ସୋରଡ଼ା ନିର୍ବାଚନ ମଣ୍ଡଳୀରେ ନାମ ମୋଦନ କରି ଯେଉଁ ପ୍ରକାର ଆଇନ ଭଙ୍ଗ କରିଛନ୍ତି ସେହି ବିଷୟରେ ରାଜ୍ୟ ନିର୍ବାଚନ ଅଧିକାରୀ ଓ ଜିଲ୍ଲା ନିର୍ବାଚନ ଅଧିକାରୀ ମହୋଦୟ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ