ଗ୍ରାହକ ସେବା କେନ୍ଦ୍ର (ଏନଆଇସିଟି) ପରିଚାଳିକା ସମ୍ବର୍ଦ୍ଧିତ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ରରୁଆଁ ବ୍ଲକ ଜାମୁତି ଠାରେ ଗ୍ରାହକ ସେବା କେନ୍ଦ୍ର (ଏନଆଇସିଟି ) ପରିଚାଳିକା ଶ୍ରୀମତୀ ସଂଗୀତା ରାମ ଙ୍କୁ ଏନଆଇସିଟି ଓ ବ୍ୟାଙ୍କ ଅଫ ଇଣ୍ଡିଆ, ରରୁଆଁ ଶାଖା ତରଫରୁ ଅଟଳ ପେନସନ ଯୋଜନା ରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି ।
ଶ୍ରୀମତୀ ସଂଗୀତା ରାମ କେନ୍ଦୁଝର ସର୍କଲ ରେ ସର୍ବାଧିକ ରେଜିଷ୍ଟ୍ରେସନ କରିଥିବାରୁ ଶୁକ୍ରବାର ଦିନ ବ୍ୟାଙ୍କ ଅଫ ଇଣ୍ଡିଆ, ରରୁଆଁ ପରିସର ରେ ଶାଖା ପରିଚାଳକ ଶ୍ରବଣ କୁମାର ସାହୁ,ଏନଆଇସିଟି ର ସର୍କଲ ମ୍ୟାନେଜେର ରଞ୍ଜନ କୁମାର ମହାନ୍ତ ଶ୍ରୀମତୀ ରାମ ଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ଏହି କାର୍ଯ୍ୟକ୍ରମ ରେ ବ୍ୟାଙ୍କ ଅଫ ଇଣ୍ଡିଆ, ରରୁଆଁ ଶାଖା ଉପ ଶାଖା ପରିଚାଳକ ଜିଜ୍ଞାସା ଦାସ, ଉପ ଶାଖା ପରିଚାଳକ ସାମନାଥ ସାହୁ ଉପସ୍ଥିତ ଥିଲେ । ବିଭିନ୍ନ ସରକାରୀ ଯୋଜନା ର ଲାଭ ଲୋକ ଙ୍କ ନିକଟକୁ ପହଞ୍ଚେଇବା କୁ ଗ୍ରାହକ ସେବା କେନ୍ଦ୍ର ପରିଚାଳକ ମାନେ ଆଗ୍ରହୀ ହେବା ସହିତ ତାଙ୍କ ଉତ୍ସାହ ବୃଦ୍ଧି କରିବା ପାଇଁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ଏନଆଇସିଟି ର ସର୍କଲ ମ୍ୟାନେଜେର ରଞ୍ଜନ କୁମାର ମହାନ୍ତ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ