ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡାଦେଶ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ କଟାସ ଗ୍ରାମରେ ୧୫/୧୦/୨୦୧୭ମସିହାରେ ପାରିବାରିକ କଳହରୁ ଫୁଙ୍କନଳୀ ଦ୍ୱାରା ପତ୍ନୀକୁ ମରଣାତ୍ମକ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଥାନାରେ ମୃତ ମହିଳାଙ୍କୁ ପରିବାର ତରଫରୁ ଲିଖିତ ଅଭିଯୋଗ ହୋଇଥିଲା ଓ ଥାନାରେ କେଶ ନଂ ୫୮/୨୧୭ ରୁଜୁ ହେବାସହ ପୋଲିସ ତଦନ୍ତ କରିଥିଲା ।ସୂଚନାଯୋଗ୍ୟ କଟାସ ଗ୍ରାମର ଧନେଶ୍ୱର ବିରୁଆର ପୁଅ ରାଜୁ ବିରୁଆ(୨୮) ରସବତୀ ବାର୍ଦା(୨୫)ଙ୍କୁ ବିବାହ କରିଥିଲେ । କିନ୍ତୁ କୌଣସି ପାରିବାରିକ ଘଟଣା ଓ ମନୋମାଳିନ୍ୟ ନେଇ ସ୍ୱାମୀ ରସବତୀକୁ ଫୁଙ୍କ ନଳୀରେ ଆକ୍ରମଣର କରୁ କରୁ ଘଟଣାସ୍ଥଳରେ ରସବତୀର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ରାଇରଙ୍ଗପୁର କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ପୋଲିସ ତଦନ୍ତ ରିପୋର୍ଟ ଓ ୧୫ ଜଣ ସାକ୍ଷୀଙ୍କ ବୟାନଭିତ୍ତିକୁ ନେଇ ଅଭିଯୁକ୍ତ ରାଜୁ ବିରୁଆଙ୍କୁ ଆଜୀବନ କାରାଦଣ୍ଡାଦେଶ ଓ ୧୦ ହଜାର ଟଙ୍କା ଜୋରିମାନା ସହ ଅନାଦେୟ ୨ବର୍ଷ ଅତିରିକ୍ତ ଜେଲଦଣ୍ଡ ଶୁଣାଣୀ କରିଛନ୍ତି । ସରକାରଙ୍କ ପକ୍ଷରୁ ସରକାରୀ ଏପିପି ପଙ୍କଜ ଦାସ ମୋକଦ୍ଦମା ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ