ଏମ୍ଲଏଜ ୟୂନିଅନ ତରଫରୁ ବିଦ୍ୟୁତନିର୍ବାହୀ ଯନ୍ତ୍ରୀଙ୍କୁ ଲିଖିତ ଦାବିପତ୍ର

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ବିଦ୍ୟୁତ ଡିଭିଜନରେ ୧୧କେଭି କାର୍ଯ୍ୟ ପରିଚାଳନା ପାଇଁ ଠିକା ନେଇଥିବା ସ୍ଵସ୍ତିକ ଇଞ୍ଜିନିୟରିଂ ଦୁଇମାସ ହେଲା ଦରମା ଦେଇଥିବାରୁ ଆଜିଠିକା ଶ୍ରମିକମାନଙ୍କ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ଗତଡିସେମ୍ବର ମାସ ଦରମା ଏବଂ ଅଦ୍ୟାବଧି ୨୨ଜାନୁଆରୀ ପର‌୍ୟ୍ୟନ୍ତ ଦରମା ମିଳି ନାହିଁ । ମୟୂରଭଂଜ ଜିଲ୍ଲାର ଗଣ ପର୍ବ ମକର ପର୍ବରେ ୪୦୦ରୁ ଉର୍ଦ୍ଧ୍ବ ଠିକା କର୍ମଚାରୀ ଦରମା ନ ପାଇ ଦୁଖରେ ମକର ପର୍ବ ପାଳିଥିଲେ । ଠିକା ଶ୍ରମିକଙ୍କ ଦାବିନେଇ ପାୱର ଏମ୍ଲଲୟଜ ୟୂନିଅନ ତରଫରୁ ଡବିଦ୍ୟୁତ ଡିଭିଜନ କାର୍ଯ୍ୟ।ଳୟ ସମ୍ମୁଖରେ ଆନ୍ଦୋଳନ କରାଯାଇଥିଲା ଏବଂ ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀଙ୍କୁ ଏକ ଲିଖିତ ଦାଵିପତ୍ର ପ୍ରଦାନ କରାଯାଇଥିଲା । ଆସନ୍ତା ମଙ୍ଗଳବାର ସୁଦ୍ଧା ଦରମା ପ୍ରଦାନ କରା ନ ଗଲେ ପୁଣିଥରେ ଆନ୍ଦୋଳନ କରାଯିବ ବୋଲି ଶ୍ରମିକନେତା ପକ୍ଷରୁ କୁହାଯାଇଥିଲା । ଆନ୍ଦୋଳନରେ ବିଦ୍ୟୁତ ଶ୍ରମିକ ନେତା ଦୁଲାଲରାୟ ଦିପକ ମହାନ୍ତ, ଲୋକନାଥ ବେହେରା, ଓ ଅନ୍ୟାନ୍ୟ ଶ୍ରମିକମାନେ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ