ଫୁଲବାଣୀ ସ୍ୱଛାସେବୀ ମହାସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଫୁଲବାଣ, (ସୁନୀଲ କୁମାର ବେହେରା):ସ୍ୱଛାସେବୀ ମହାସଂଘ ର ସାଧାରଣ ପରିଷଦ ବୈଠକ ପାହାଡ ସୁଡ୍ରୁକୁମ୍ପା ଠାରେ ସଭାପତି ରବୀନ୍ଦ୍ର କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଆବାହକ ଅଶୋକ ପରିଡା ନବ ବର୍ଷର ସ୍ୱାଗତ ଜଣାଇ ଶୁଭେଛା ଞାପନ କରିଥିଲେ।ପିଏଜିର କୋଷାଧ୍ୟକ୍ଷ ସ୍ୱର୍ଗତ ରବିନ୍ଦ୍ର କୁମାର ସାହୁଙ୍କ ସମେତ, ଏସ ଏଫଡିସିର ବିଜୟ ସିଂ,ନୀପଡିତର ପୂର୍ବ ତନ କର୍ମୀ ପ୍ରତାପ କୁମାର ମୁଦୁଲି,ଡଃ ଏମ ଏନ ବେଗ, ରାଜେନ୍ଦ୍ର କୋକଚା,ଡଃ ଏସ ଏନ ସୁବାରାଓ, ମନୋରମା ମହାପାତ୍ର, ଏବଂ ବିପ୍ର ଚରଣପଟ୍ଟନାୟକ,ମିହର ଦାସ ଙ୍କ ର ଇତି ମଧ୍ୟରେ ଦେହାନ୍ତ ହୋଇଯାଇଥିବାରୁଶ୍ରଦ୍ଧାଞ୍ଜଳି ଜଣାଇ ସେମାନଙ୍କ ଅମର ଆତ୍ମା ର ସଦଗତି କାମନା କରି ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ସରକାରଙ୍କ ସମାଜ ସେବା ଅନୁଷ୍ଠାନ ବିରୋଧୀ ମନୋଭାବ ରେ ପରିବର୍ତ୍ତନ ହେବା ଆବଶ୍ୟକ। ଦେଶ ବଜେଟର ଦେଢ ପ୍ରତିଶତ ପ୍ରାୟ ଅର୍ଥ ସ୍ୱଛାସେବୀ ଅନୁଷ୍ଠାନ ମାନେ ପାଇ ସମାଜ ରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥାନ୍ତି।ବିନା ଡାକରାରେ ବିନା ବଜେଟରେ ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ରେ ନିଜକୁ ବାଜି ଲଗାଇ ପହଞ୍ଚି ସମାଜରେ ସୁଧାର ଲାଗିଥାନ୍ତି।କେତେକ ସ୍ୱଛାସେବକସମାଜ ସେଵା ପାଇଁ ବାହାରି ଥାନ୍ତି।ସେମାନେ ସରକାରଙ୍କ ଉପରେ ନିର୍ଭର କରନ୍ତି ନାହିଁ।ସରକାରଙ୍କ ଜନ ବିରୋଧୀ କାର୍ଯ୍ୟକୁ ପରାମର୍ଶ ଦେଇ ସୁଧାର କରିଥାନ୍ତି।କୌଣସି ମଡେଲ କାର୍ଯ୍ୟ ପାଇଁ ଅନୁଦାନ ପାଇଲେ ବିଭିନ୍ନ ସ୍ତରରେ ବିଭିନ୍ନ ଧରଣର ତଦାରଖ ବ୍ୟବସ୍ଥା ରହିଛି।ସମାଜ ସେବା କାର୍ଯ୍ୟ କୁ ପ୍ରୋତ୍ସାହିତ କରିବାକୁ ସରକାର ସାକାରାତ୍ମକ ମନୋଭାବ ନେଲେ ସମାଜ ରେ ଅନ୍ୟାୟ ଦୁର୍ନୀତି, ଶୋଷଣ ଲୁଟତରାଜ ନିୟନ୍ତ୍ରଣ ହୋଇ ସୁସ୍ଥ ସମାଜ ଗଠନ ହୋଇପାରିବ। କରୋନା ନ ବ୍ୟାପିବାକୁ ନିଜ ନିଜ ସ୍ତରରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା ଅନ୍ୟ କାର୍ଯ୍ୟ ମଧ୍ୟରେ ମନରେଗା ମେସିନ କାମକୁ ସବୁ ଅନୁଷ୍ଠାନ ବ୍ଲକରେ ଏକାଠି ହୋଇ ପ୍ରତିବାଦ କରିବା ଓ ପ୍ରେସକୁ ଦେବାକୁ ସୂଚନା ଦିଆଯାଇଥିଲା। ମନରେଗାରେ କାମ କରି ମାସ ମାସ ବର୍ଷ ବର୍ଷ ମଜୁରୀ ପାଉନ ଥିବାରୁ ଉଦବେଗ ପ୍ରକାଶ ପାଇଥିଲା।ମନରେଗା ସମସ୍ୟା ଉପରେ ତଥ୍ୟ ସଂଗ୍ରହ କରି ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ନିଆଯାଇଥିବା ନିଷ୍ପତ୍ତି ଉପରେ ସୂଚନା ଦିଆଗଲା। ପିଏଜି ର ମାର୍ଗଦର୍ଶକ ରାମଚନ୍ଦ୍ର ଦାସଙ୍କ ସହିତ ଉପସଭାପତି ସୁକାନ୍ତ ନାୟକ, ପ୍ରଦୀପ ଦାସ,ହରିଶଙ୍କର ରାଉତ,ଲିଙ୍ଗରାଜ ପ୍ରଧାନ, ଶଶାଙ୍କ ଶେଖର ସାହୁ,ବରଦା ପ୍ରଶନ୍ନ ନାୟକ ପ୍ରମୁଖ ସଦସ୍ୟ ଅନୁଷ୍ଠାନମାନେ ଯୋଗଦାନ କରିଥିଲେ।
ଶେଷରେ ଆହେଡର ସଂମ୍ପାଦକ ରାଜୀବ କୁମାର ମିଶ୍ର ଆତିଥେୟତା କରିଥିବା ପାହାଡ ଅନୁଷ୍ଠାନର ପଞ୍ଚାନନ ମିଶ୍ର ସମେତ କର୍ମକର୍ତ୍ତା ଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ