ସାନ୍ଧ୍ୟ ମହାବିଦ୍ୟାଳୟରେ ପରାକ୍ରମ ଦିବସ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ବାଳକ ବିଭାଗ ଆନୁକୂଲ୍ୟରେ ପରାକ୍ରମ ଦିବସ ତଥା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ମଧୁସୁଦନ କାମିଲା ଏହି ଅବସରରେ ଅନୁଷ୍ଠିତ ଆଭାଷୀ (ୱେବିନାର)ରେ ସଭାପତିତ୍ୱ କରି ପରାକ୍ରମ ଦିବସ ପାଳନ ସମ୍ପର୍କରେ ଆଲୋକପାତ କରିଥିଲେ । ଜାତୀୟ ସେବା ଯୋଜନାର ଜିଲ୍ଲା ଅଧିକାରିଣୀ ଡଃ. ପଦ୍ମଜାକବି ଶତପଥୀ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ନିକୁଞ୍ଜ ବିହାରୀ ପୃଷ୍ଟି ଯୋଗଦେଇ ଉତ୍କଳର ବରପୁତ୍ର ଅମର ସନ୍ତାନ ନେତାଜୀଙ୍କ ଜୀବନୀ, କାର୍ଯ୍ୟକଳାପ ଏବଂ ଭାରତର ସ୍ୱାଧୀନତାରେ ତାଙ୍କର ଅବଦାନ ଏବଂ ଭାରତ ସରକାରଙ୍କ ତାଙ୍କ ପ୍ରତି ସମ୍ମାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଲେଜର ଅଧ୍ୟାପକ ଶିଶିରକାନ୍ତ ମହାପାତ୍ର, ପ୍ରାଧ୍ୟାପକ ଅଜୟ କୁମାର ଦାଶ, ଡଃ. ମନୋରଞ୍ଜନ ରାଉତ, ଆଦ୍ୟାରଶ୍ମୀ ମହାପାତ୍ରଙ୍କ ସମେତ ସମସ୍ତ ସ୍ୱେଛାସେବୀମାନେ ଉପସ୍ଥିତ ଥିଲେ । ଶେଷରେ କଲେଜ ଜାତୀୟ ସେବା ଯୋଜନା ବାଳକ ବିଭାଗ ଅଧିକାରୀ ମୃତ୍ୟୁଞ୍ଜୟ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published.

Advertisement

ଏବେ ଏବେ