୩୮ ନଂ ଜିଲ୍ଲା ପରିଷଦ ଜୋନରେ ବିଧାୟକଙ୍କ ନିର୍ବାଚନୀ ପ୍ରଚାର

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ୩୮ ନଂ ଜୋନର ବିଜୁ ଜନତା ଦଳର ଜିଲ୍ଲାପାରିଷଦ ପ୍ରାର୍ଥୀଙ୍କ ସପକ୍ଷରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ନିର୍ବାଚନ ପ୍ରଚାର କରିଥିବା ଜଣାପଡ଼ିଛି । ବୁଧବାର ଦିନ ବିଧାୟକ ଶ୍ରୀ ସାହୁ ମାଳତିବାଡ଼ି ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳର ୩୮ ନଂ ଜିଲ୍ଲା ପରିଷଦ ପ୍ରାର୍ଥୀ ଅଶୋକ କୁମାର ବିଷୋୟୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିବା ସହ ବିଜେଡି ସମର୍ଥୀତ ସରପଞ୍ଚ ଓ ସମିତି ସଭ୍ୟା ଙ୍କୁ ମଧ୍ୟ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଭୋଟ ଭିକ୍ଷା ମାଗିଥିଲେ । ବିଭିନ୍ନ ପଥପ୍ରାନ୍ତ ସଭାରେ ବିଧାୟକ ଶ୍ରୀ ସାହୁ ଅଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଉଲ୍ଲେଖ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରହଣ କରିଥିବା ବିଭିନ୍ନ ଜନମଙ୍ଗଳ ପଦକ୍ଷେପ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେଇ ବିକାଶ ପଥକୁ ଆଗେଇ ନେବାକୁ ଅନୁରୋଧ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ