ବିଜେଡିର ନିର୍ବାଚନ ପ୍ରଚାର ଆରମ୍ଭ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବୁଗୁଡା ବ୍ଲକ ଅନ୍ତର୍ଗତ ମା”ଶାଙ୍କୁଳାଇ ପୀଠରୁ ବୁଗୁଡା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନ ପ୍ରଚାର ଫେବୃଆରୀ ୦୧ ତାରିଖ ଦିନ ଆରମ୍ଭ ହୋଇଯାଇଛି । ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ପ୍ରଚାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରଥମେ ଅନ୍ତରପଡା ପଞ୍ଚାୟତର ମାଣିବନ୍ଧ ଗ୍ରାମରୁ ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇ ବକ୍ସିପଲ୍ଲୀ, ଅନ୍ତରପଡା, ମାଣିକପୁର ଓ ଚନ୍ଦନ ପେଢି ଗ୍ରାମର ଘରକୁ ଘର ବୁଲି ଭୋଟ ଭିକ୍ଷା କରି ଲୋକଙ୍କ ଅନ୍ତରକୁ ଜିତି ପାରିଥିଲେ । ପୋଲସରା ବିଧାୟକ ଶ୍ରୀ ସାହୁ ପ୍ରତ୍ୟେକ ଗ୍ରାମକୁ ଯାଇ ବିଜୁ ଜନତା ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀନୀ ସମିତା ସ୍ୱାଇଁଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିବା ସହ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ବସନ୍ତ କୁମାର ଶତପଥୀ ଓ ସମିତିସଭ୍ୟା ପ୍ରାର୍ଥୀନୀ ଅର୍ଚ୍ଚନା ନାୟକ ଙ୍କୁ ଭୋଟ ଦେବା ପାଇଁ ଅନ୍ତରପଡା ପଞ୍ଚାୟତ ର ପ୍ରତେକ ଗ୍ରାମରେ ପଥପ୍ରାନ୍ତ ସଭା କରି ଲୋକଙ୍କୁ ନିବେଦନ କରିଥିଲେ । ସେହିପରି କଳମ୍ବ ପଞ୍ଚାୟତର ଘୋଡାପଡା, ଡେଙ୍ଗାପଦର, କଳମ୍ବ, ଦେହୁକା, ଦାଶିପୁର ଓ ସୁନାକେରା ଗ୍ରାମରେ ଜିଲ୍ଲାପରିଷଦ ପ୍ରାର୍ଥୀନୀ ଶ୍ରୀମତୀ ସ୍ୱାଇଁ ଙ୍କ ସମେତ ବିଜେଡି ସମର୍ଥୀତ ସରପଞ୍ଚ ପ୍ରାର୍ଥୀ କାହ୍ନୁ ଚରଣ ଗୌଡ଼ ଓ ସମିତି ସଭ୍ୟ ପ୍ରାର୍ଥୀ ସୁଶାନ୍ତ କୁମାର ସେଠୀ ଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବାକୁ ବିଧାୟକ ଶ୍ରୀ ସାହୁ ନିବେଦନ କରିଥିଲେ । ଏ.କରଡ଼ାବାଡ଼ି ପଞ୍ଚାୟତରେ ମଧ୍ୟ ବିଧାୟକ ଶ୍ରୀକାନ୍ତ ସାହୁ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଶ୍ରୀମତୀ ସ୍ୱାଇଁଙ୍କ ସମେତ ସରପଞ୍ଚ ପ୍ରାର୍ଥୀନୀ ରିଙ୍କି ଦାସ ଓ ସମିତି ସଭ୍ୟ ପ୍ରାର୍ଥୀନୀ ଶିବାନୀ ନାୟକଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ଏହି ପ୍ରଚାର କାର୍ଯ୍ୟକ୍ରମ ରେ ବ୍ଳକ ସଭାପତି ମଦନମୋହନ ଦୋରା, ସମ୍ପାଦକ ହରିହର ବିଷୋୟୀ, ଉପାଧ୍ୟକ୍ଷ ଟୁକୁନା ସ୍ୱାଇଁ, ଜିଲ୍ଲା ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ଜିଲ୍ଲା ପରିଷଦ ସଦସ୍ୟ ରେବତୀ ମୋହନ ନାୟକ, ସରପଞ୍ଚ ସୁଶାନ୍ତ କୁମାର ଆପଟ, ବିଜୁଳି ଜେନା, ସୂର୍ଯ୍ୟମଣୀ ଗୌଡ, ଧୋବା ପ୍ରଧାନ, ଖଦାଳ ଖଟେଇ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ