ଦୁଇ ବିଧାନସଭା ପତ୍ର ଯାଞ୍ଚ ପରେ ୧୭ ଜଣଙ୍କ ପ୍ରାର୍ଥୀ ପତ୍ର କାଏମ

ଗଜପତି (ଯୁଗାବ୍ଦ ନ୍ୟୁଜ ) : ପାରଳାଖେମୁଣ୍ଡି ଓ ମୋହନା ବିଧାନସଭା ଆସନ ନିମନ୍ତେ ପ୍ରାର୍ଥୀ  ପତ୍ରଦାଖଲ ସମସ୍ତ ୧୭ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଞ୍ଚ ପରେ କାଏମ ରହିଥିବା ଜଣାପଡ଼ିଛି। ଉପ-ଜିଲ୍ଲାପାଳଙ୍କ କାର‌୍ୟ୍ୟଳୟରେ ଉଭୟ ବିଧାନସଭାର ପ୍ରାଥୀମାନଙ୍କର ଉପସ୍ଥିତିରେ ସେମାନଙ୍କ ନାମାଙ୍କନ ପତ୍ର ଗୋଟି ଗୋଟି କରି ଯାଞ୍ଚ କରାଯାଇଥିଲା। କୈାଣସି ପ୍ରାଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇନଥିଲା। ଏଣୁ ସମସ୍ତ ପ୍ରାଥୀ ପତ୍ର କାଏମ ରହିଛି ବୋଲି ଉପ-ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ରଜନୀ କାନ୍ତ ସ୍ଵାଇଁ ସୁଚନା ଦେଇଥିଲେ। ସେହିଭଳି ଆସନ୍ତା ୨୮ ତାରିଖରେ ନାମାଙ୍କନ ପତ୍ର ପ୍ରତିହାର ପରେ ସ୍ଵଧାନ ପ୍ରାଥୀଙ୍କୁ ନିର୍ବାଚନ ଚିହ୍ନ ପ୍ରଦାନ କରାଯିବ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି। ପ୍ରଥୀପତ୍ର ଯାଞ୍ଚ ବେଳେ ଅତିରିକ୍ତ ଉପଜିଲ୍ଲାପାଳ ସୋରଜ କୁମାର ବେହେରା ଓ ଡେପୁଟି କଲେକ୍ଟର ଜୂବୁଲି ବେହେରା ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ