ଶିଶୁଭବନର ୫୨ତମ ପ୍ରତିଷ୍ଠା ଦିବସ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝରରେ ପ୍ରତିଷ୍ଠିତ ତଥା ପିତାମାତା ନ ଥିବା ଶିଶୁମାନଙ୍କୁ ସମସ୍ତ ପ୍ରକାରର ସ୍ନେହ,ଆଦର, ଯତ୍ନ ଓ ଶିକ୍ଷା ପ୍ରଦାନ କରି ସମାଜରେ ପ୍ରତିଷ୍ଠିତ କରାଇବାର ଗୁରୁଦାୟିତ୍ୱ ବହନ କରିଥିବା ମନୋଜ ମଞ୍ଜରୀ ଶିଶୁ ଭବନର ୫୨ତମ ପ୍ରତିଷ୍ଠା ଦିବସ ଅନୁଷ୍ଠାନ ପରିସରରେ ଏକ ନିରାଡମ୍ବର ପରିବେଶରେ ଅନୁଷ୍ଠିତ ହେଇଯାଇଛି । ଶତାଧିକ ଅନ୍ତେବାସୀଙ୍କ ଉପସ୍ଥିତିରେ ଦୁଇଜଣ କନିଷ୍ଠ ଅନ୍ତେବାସୀ ପ୍ରଥମେ କେକ କାଟି ଏହି ପ୍ରତିଷ୍ଠାଦିବସ ପାଳନକୁ ଆରମ୍ଭ କରିଥିବାବେଳେ ମନୋଜ ମଞ୍ଜରୀ ଶିଶୁ ଭବନର କାର୍ଯ୍ୟକାରୀ ସଭାପତି କୈଳାଶ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଏକ ସଭାରେ ଅନୁଷ୍ଠାନର ସମ୍ପାଦକ ସତ୍ୟନାରାୟଣ ମିଶ୍ର ନିଜ ବକ୍ତବ୍ୟରେ ଏହି ଅନୁଷ୍ଠାନର ଅତୀତ ସମ୍ପର୍କରେ ସ୍ମତିଚାରଣ କରି କହିଥିଲେ ଯେ ୧୯୭୩ମସିହାରେ ଭୟଙ୍କର ରୋଗରେ ପଡି ଅନେକ ଶିଶୁ ପିତୃମାତୃହୀନ ହୋଇପଡିଥିବାବେଳେ ତତକାଳୀନ ଜିଲ୍ଲାପାଳ ପ୍ୟାରୀମୋହନ ମାହପାତ୍ରଙ୍କ ଉଦ୍ୟମକ୍ରମରେ ଏହି ଅନୁଷ୍ଠାନ ଗଠିତ ହୋଇଥିଲା ଓ ପରେ କେନ୍ଦୁଝରର ରାଜମାତା ମନୋଜମଞ୍ଜରୀ ଦେବୀ ଏହି ଜାଗା ପ୍ରଦାନ କରିଥିବାରୁ ଏହାର ନାମକରଣ ମନୋଜ ମଞ୍ଜରୀ ଶିଶୁ ଭବନ କରାଯାଇଛି । ଗତ ୫୨ବର୍ଷ ମଧ୍ୟରେ ଅନେକ ଶିଶୁ ଏଠଶରୁ ଯାଇ ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ହୋଇପାରିଛନ୍ତି ଓ ସେମାନେ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିପାରିଛନ୍ତି ବୋଲି ସେ  କହିଥିଲେ । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି କୈଳାଶ ଚନ୍ଦ୍ର ପଣ୍ଡା,ସଦସ୍ୟା ଇନ୍ଦୁମତି ପାତ୍ର,ସାବିତ୍ରୀ ବିଶ୍ୱାଳ,ସଦସ୍ୟ ଦେବାଶିଷ ମିଶ୍ର,ଶରତ କୁମାର ରାଉତ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ପ୍ରାରମ୍ଭରେ ଅନଷ୍ଠାନର ବରିଷ୍ଠ କର୍ମଚାରୀ ବୈକୁଣ୍ଠନାଥ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । ବରିଷ୍ଠ କର୍ମଚାରୀ ଶରତ ଚନ୍ଦ୍ର ସାମଲ, ନିରୁପମା ପରିଡା,ସୁଶ୍ରୀ ଖଟୋଇ ପ୍ରମୁଖ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ