ସରକାରୀ ନୂଚନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫୨ତମ ପୁରସ୍କାର ବିତରଣ ଉତ୍ସବ
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ସରକାରୀ ନୂତନ ଉଚ୍ଚ ପ୍ରଥମିକ ବିଦ୍ୟାଳୟ, ସୁନ୍ଦରପାଳର ୫୨ତମ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ତପସ୍ବିନୀ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ହାଟଡିହି ବ୍ଳକର ବିଲଓ ରାଜୀବନ ଦଳେଇ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏବିଇଓ ପ୍ରମୋଦ କୁମାର ନାଏକ, ସିଆରସିସି ସୁମନ୍ତ୍ର କୁମାର ନାୟକ, ଗଡ଼ଚଣ୍ଡୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶରତ କୁମାର ଶାଶିନୀ, ଜିତେନ୍ଦ୍ର କୁମାର ମଲ୍ଲିକ, ମନମୋହନ ଜେନା, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଅରୁଣ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟଅତିଥି ଶ୍ରୀଯୁକ୍ତ ରାଜୀବ ଲୋଚନ ଦଳେଇ ନିଜ ଅଭିଭାଷଣରେ ଆଦର୍ଶ ଛାତ୍ରଛାତ୍ରୀ ହେବାପାଇଁ କଣ ସବୁ ଲକ୍ଷଣ ରହିବା ଉଚିତ ସେ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ। ଏତଦ୍ ବ୍ୟତୀତ ଅନ୍ୟ ସମସ୍ତ ଅତିଥୁଗଣ ନିଜ ନିଜ ଅଭିଭାଷଣରେ ଭିନ୍ନ ଭିନ୍ନ ଢଙ୍ଗରେ ଜଣେ ଛାତ୍ର କିପରି ଭାବରେ ନିଜର ଆଚାର, ବ୍ୟବହାର ବଜାୟ ରଖିବା ଉଚିତ ସେ ବିଷୟରେ ଆଲୋଚନା କରିଥିଲେ । ବର୍ତ୍ତମାନର ଶିକ୍ଷା ବିଗତ ୫୦ ବର୍ଷ ପୂର୍ବର ଶିକ୍ଷା ପ୍ରଣାଳୀ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଆଜି ଯେଉଁମାନେ ଜିଲ୍ଲା, ରାଜ୍ୟ କିମ୍ବା ଦେଶରେ ଜଣେ ଜଣେ ଆଦର୍ଶ ମଣିଷ ହିସାବରେ ସୁଖ୍ୟାତି ଅର୍ଜନ କରିଛନ୍ତି ସେମାନେ ତାଙ୍କ ଛାତ୍ର ଜୀବନର କାହାଣୀ ବିଷୟରେ ଆଲୋଚନା କରିବା ସହିତ ବର୍ତ୍ତମାନର ଛାତ୍ରଛାତ୍ରୀମାନେ ନିଜର ଚାରିତ୍ରିକତାକୁ କିଭଳି ଭାବରେ ପାଳନ କରିବା ଦରକାର ତା ବିଷୟରେ ମଧ୍ୟ ସୂଚନା ଦେଇଥିଲେ । ବିଭିନ୍ନ ବିଭାଗରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ଗୌର ଚନ୍ଦ୍ର ସାହୁ, ରବିନ୍ଦ୍ର କୁମାର ମୁଦୁଲି, ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ତପସ୍ବିନୀ ସାମଲ, ସୁଶ୍ରୀ ସଙ୍ଗୀତା ମିଶ୍ର, ଭାରତିପ୍ରଭା ସାହୁ, ମିଲିଲତା ନାୟକ ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ ସହଯୋଗ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଗଣ, ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ, ଅଞ୍ଚଳବାସୀ ଓ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।


