ଭାରସାମ୍ୟ ହରାଇ କାର ଦୁର୍ଘଟଣା : ଚାଳକ ମୃତ         

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ. ଉଦୟଗିରି ବ୍ଲକର  ମାଲିକାପଡ଼ି ପଞ୍ଚାୟତ ଅନ୍ତର୍ଗତ ବତିଙ୍ଗିଆ କାମ୍ବିନାଯୁ ରେ ଏକ କାର ନଂ.OR-02-AM-0011 ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି l କାର ଚାଳକ ମହମ୍ମଦ ପୂରଖାନ ଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଡ଼ଃ ଅଶୋକ କୁମାର ପ୍ରଧାନ ସୂଚନା ଦେଇଅଛନ୍ତି l ଏହି କାର ରେ ବସିଥିବା ଅନ୍ୟ ତିନି ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି l ଏନେଇ ଘୁ.ଉଦୟଗିରି ଥାନାରେ କେଶ ନଂ.୪୨/୨୨ ରେ ଏକ ମକଦ୍ଦମା  ରୁଜୁ କରି ତଦନ୍ତ ଅବ୍ୟାହତ ରହିଛି  l ମୃତ ମହମ୍ମଦ ପୂରଖାନ ଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ତାଙ୍କ ମରଶରୀର ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ଛାନ ଭିନ କରୁଥିବା ବିଷୟ  ପୋଲିସ ଏସ. ଆଇ.ବିନୟ ମହାରଣା ସୂଚନା ଦେଇଛନ୍ତି  l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ