ବିଦ୍ୟାଳୟ ଶ୍ରେଣୀଗୃହ ରୁ ବନ୍ଧୁକ ଜବତ

ସମ୍ବଲପୁର, (ଯୁଗାବ୍ଦ ନ୍ୟୁଜ) :ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ରେଙ୍ଗୁମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳର ଏକ ଶ୍ରେଣୀ ଗୃହ କୁ ସଫେଇ କରାଯାଉଥିବା ସମୟରେ କୋଠରୀ ବିତରୁ ଏକ ଦେଶୀ ବନ୍ଧୁକ ମିଳିଥିବା ସୂଚନା ମିଳିଛି।ଏ ସମ୍ପର୍କରେ ଜ଼ଫେଇ କରୁଥିବା କର୍ମଚାରୀ ମାନେ ପ୍ରଧାନ ଶିକ୍ଷକ ଲକ୍ଷ୍ମୀକାନ୍ତ ବାଗ ଙ୍କୁ ଅବଗତ କରିଛନ୍ତି।ଘଟଣାର ବିବାରଣୀରୁ ଜଣା ପଡ଼ିଛି ଯେ, ଗୋବିନ୍ଦ ଭୋଇ ନାମକ ଉକ୍ତ ବିଦ୍ୟାଳର ଜୈନକ ସହକାରୀ ଶିକ୍ଷକ ସମ୍ପୃକ୍ତ କୋଠରୀ ସହିତ ଅନ୍ୟ ଗୋଟିଏ କୋଠରୀ କୁ ଦଖଲ ରେ ରଖି ସେଠାରେ ରହୁଥିଲେ।ମାତ୍ର ଗତ ୪ତାରିଖ ଠାରୁ ତାଙ୍କର ଅନ୍ୟତ୍ର ବଦଳି ହୋଇଥିଲେ ମଧ୍ୟ ସେ ସେହି ଶ୍ରେଣୀଗୃହ ଦୁଇଟିକୁ ଛାଡି ନଥିଲେ।ତେଣୁ ଉଚ୍ଚ କାର୍ତ୍ତପକ୍ଷ ଙ୍କ ନିର୍ଦେଶରେ ଶ୍ରେଣୀ ଗୃହ ଗୁଡିକୁ ଖୋଲାଯାଇ ସଫେଇ କରୁଥିବା ସମୟରେ ବନ୍ଧୁକଟି ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ