ବିଜେଡି ବିରୋଧରେ ସ୍ୱାଧୀନ ପ୍ରାର୍ଥୀ : ବିଜେଡି ଡାହାଣି ହୋଇ ଲାଗୁଛି, ଗୁଣିଆ ହୋଇ ଝାଡୁଛି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ବିଜେଡିରେ ଯିଏ ସ୍ୱାଧୀନ ପ୍ରାର୍ଥୀ ହେବେ ସେ ଡେଉଁରିଆ ପିନ୍ଧିଥିବା ଆବଶ୍ୟକ । ନ ହେଲେ କେତେବେଳେ ତାଙ୍କ ଦେହରେ ଭୂତ ଲାଗିବ ତାହା କହିହେବ ନାହିଁ । ଆଉ ଦଳ ପ୍ରଥମେ ଡାହାଣି ହୋଇ ଲାଗିବ ଓ ପରେ ଗୁଣିଆ ହୋଇ ଝାଡିବ । ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ପୌର ନିର୍ବାଚନର ମତଦାନ ପୂର୍ବରୁ । ପୌର ନିର୍ବାଚନରେ ଲଢିବା ପାଇଁ ଦଳୀୟ ଟିକଟ ଆଶାରେ ଥିବା ପ୍ରାର୍ଥୀମାନଙ୍କୁ ଶେଷ ମୁହୂର୍ତ୍ତରେ ନିରାଶ କରାଗଲା । ସେମାନେ ନିଜ ନିଜର ରାଜନୈତିକ ଭବିଷ୍ୟକୁ ବଞ୍ଚାଇ ରଖିବା ନାଇଁ ସ୍ୱାଧୀନ ପ୍ରାର୍ଥୀ ହେଲେ ଅବା ନିଜ ପତ୍ନୀଙ୍କୁ ସ୍ୱାଧୀନ ପ୍ରାର୍ଥୀ କଲେ । ହେଲେ ଏହାପରେ ଦଳ ସେମାନଙ୍କୁ ଭୟଭୀତ କଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ । କିନ୍ତୁ ଏହି ପ୍ରାର୍ଥୀମାନେ ଏହାକୁ ଖାତିର କଲେ ନାହିଁ । କେତେକ ପ୍ରାର୍ଥୀ ଦଳର ଧମକକୁ ଡରି ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ । ହେଲେ କେତେକ ପ୍ରାର୍ଥୀ ନିଜ ଦମରେ ଲଢିବେ ବୋଲି କହିଲେ । ଫଳରେ ସେମାନଙ୍କୁ ଦଳ ବହିସ୍କୃତ କରିଛି । ସେମନେ ହେଲେ ୱାର୍ଡ ନଂ. ୧୯ର ସ୍ୱାଧୀନ ପ୍ରାର୍ଥୀ ଶଶୀକାନ୍ତ ବଳ, ୱାର୍ଡ ନଂ. ୧୩ର ସ୍ୱାଧୀନ ପ୍ରାର୍ଥୀ ସେକ ଅସଲମ, ୱାର୍ଡ ନଂ. ୧୦ର ସ୍ୱାଧୀନ ପ୍ରାର୍ଥୀ ରଶ୍ମିତା ସିଂ ଓ ତାଙ୍କ ସ୍ୱାମୀ ପ୍ରଶାନ୍ତ କୁମାର ସିଂହ, ୬ ନଂ. ୱାର୍ଡର ସ୍ୱାଧୀନ ପ୍ରାର୍ଥୀ ଗୌତମ ସ୍ୱାଇଁ, ୪ ନଂ. ୱାର୍ଡର ସ୍ୱାଧୀନ ପ୍ରାର୍ଥୀ ଶୁଭଶ୍ରୀ ନିବେଦିତା ସ୍ୱାଇଁ ଓ ତାଙ୍କ ସ୍ୱାମୀ ଦେବେନ୍ଦ୍ର ରାଉତ, ୨ ନଂ. ୱାର୍ଡର ସ୍ୱାଧୀନ ପ୍ରାର୍ଥୀ କାଳୀପ୍ରସାଦ ମିଶ୍ର । ଏହି ପ୍ରାର୍ଥୀମାନେ ଏବେ କହୁଛନ୍ତି ବିଜେଡି ଡାହାଣି ହୋଇ ଲାଗେ ଓ ଗୁଣିଆ ହୋଇ ଝାଡେ । ଅର୍ଥାତ ଏବେ ଆମକୁ ଡାହାଣି ହୋଇ ଲାଗି ଦଳରୁ ବହିସ୍କୃତ କଲା । ଆମେ ବିଜୟୀ ହୋଇଯିବା ପରେ ବିଜେଡି ଦାବି କରିବ ଯେ ଏମାନେ ହେଉଛନ୍ତି ମୋ ପ୍ରତିନିଧି(ନେତା) । ପରେ ପୁଣି ଆମେ ଦଳରେ ମିଶିଲୁ ବୋଲି ଘୋଷଣା କରିବ । ତେଣୁ ବିଜେଡିର ଏହି ଡାହାଣି ହୋଇ ଲାଗିବା ଓ ଗୁଣିଆ ହୋଇ ଝାଡିବା ଫର୍ମୁଲା ବହୁ ପୁରୁଣା ବୋଲି ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ