‘ରୂପାୟନ’ ପକ୍ଷରୁ ବସନ୍ତ ଆସର

ବାଲେଶ୍ୱର, (ସରୋଜ ପଣ୍ଡା) :ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ରୂପାୟନ’ ପକ୍ଷରୁ ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ‘ବସନ୍ତ ଆସର’ ସ୍ଥାନୀୟ ଷ୍ଟେସନ କ୍ଲବ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦିକା ସମାଜସେବୀ ଶ୍ରଦ୍ଧାଞ୍ଜଳି ରାୟ ଏଥିରେ ଅଧ୍ୟକ୍ଷତା କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ବସନ୍ତ ଋତୁକୁ ନେଇ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । କବି କାଳୀପଦ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଡ. ରାଧାରଂଜନ ପଟ୍ଟନାୟକ, ଆଇନଜୀବୀ ବିଜୟ କୁମାର ପାଣିଗ୍ରାହୀ, ସୈରିନ୍ଦ୍ରୀ ସାହୁ, ସୃଷ୍ଟିଧର ପରିଡ଼ା, ଗୋପାମୂଦ୍ରା ମହାପାତ୍ର, ସତ୍ୟଜିତ ମିଶ୍ର, ଅର୍ଚ୍ଚନା ନନ୍ଦୀ, ବିଜୟ ଦାସଅଧିକାରୀ, ପ୍ରତିମା ପଣ୍ଡା, ବିଧାନଚନ୍ଦ୍ର ରାୟ, ଗିରିଜା ଶଙ୍କର ଦାସ, ସୁଜିତ ଭୋଇ, ଇନାୟତ ଅଲି ଖାଁ ପ୍ରମୁଖ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ । ତାପସ କୁମାର ସାହୁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ