ଗଣମାଧ୍ୟମ ଓ ବିଶ୍ୱାସନୀୟତା…

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ । ଚତୁର୍ଥ ସ୍ତମ୍ଭ । ଭଲମନ୍ଦ ବିଚାର କରି ସରକାର ଓ ଲୋକଙ୍କ ମଧ୍ୟରେ ସମ୍ପର୍କ ଯୋଡ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରେ ଗଣମାଧ୍ୟମ । କାହିଁ କେଉଁ କାଳରୁ ଏପରି ସଂଯୋଗ ରହିଛି । ସମାଜକୁ ସୁଧାରିବାରେ ଓ ସମାଜକୁ ଉଚିତ ବାଟରେ ନେବାରେ ବି ଗଣମାଧ୍ୟମର ରହିଛି ପ୍ରଖୁମ ଭୂମିକା । ଯେଉଁଥି ପାଇଁ ଗଣମାଧ୍ୟମକୁ ସାମାଜର ପ୍ରତ୍ୟେକ ବ୍ୟକ୍ତି ସମ୍ମାନ ଦିଅନ୍ତି ଓ ସହଯୋଗ କରନ୍ତି । ସେ ଯେ କେହି ବି ହେଉ ଗଣତନ୍ତ୍ରର ଜାଗ୍ରତ ପହରୀକୁ ସବୁବେଳେ ସହଯୋଗ କରିନ୍ତି । ରାଜନେତାଟିଏ ହେଉ ଅବା ଗାଁର ସାଧାରଣ ମୁଲିଆ , ପୁଣି ସାଧୁ ହେଉ ଅବା ଅସାଧୁ । ସଭିଁଏ ଗଣମାଧ୍ୟମକୁ ବିଶ୍ୱାସ କରନ୍ତି । କାରଣ ଗଣମାଧ୍ୟମର ସବୁଠାରୁ ବଡ଼ ଶକ୍ତି ହେଉଛି ତାହାର ବିଶ୍ୱାସନୀୟତା । ଯାହାର ବିଶ୍ୱାସନୀୟତା ଯେତେ ସେ ସଂସ୍ଥା ପ୍ରତି ଲୋକଙ୍କ ବିଶ୍ୱାସ ବି ସେତେ । ହଁ ଏକଥା ସତ ଯେ ଗଣମାଧ୍ୟମ କେବେ ନିରପେକ୍ଷ ନଥିଲା କି ଆଜିର ଦିନରେ ବି ନାହିଁ । କାରଣ ସମାଜର ସେବା ନୁହେଁ, ସଂସ୍ଥା, ଅନୁଷ୍ଠାନ ଓ ରାଜନୈତିକ ଦଳର ସେବାରେ ଅନେକ ଗଣମାଧ୍ୟମ ଏବେ ମାତିଛନ୍ତି । ନିଦ୍ଧିଷ୍ଟ ଲକ୍ଷ ରଖି ଗଣମାଧ୍ୟମ ଏବେ କାମ କରୁଛନ୍ତି । ଯାହା ଅଳ୍ପ ବହୁତେ ଲୋକଙ୍କୁ ଜଣା । ଯାହାକୁ ନେଇ ଏବେ ବହୁବାର ଗଣତନ୍ତ୍ର ଚତୁର୍ଥ ସ୍ତମ୍ଭର ବିଶ୍ୱାସନୀୟତା କାଠ ଗଡ଼ାରେ ଠିଆ ହୋଇଛି । ଯାହା ଗଣତନ୍ତ୍ର ପାଇଁ ଓ ସମାଜ ପାଇଁ ବଡ଼ ବିପଦ । ତେବେ କାହିଁକି ଏମିତି ହୁଏ ? ଗଣମାଧ୍ୟମ କଣ ଯାହା ଦେଖାଏ ଓ ଯାହା କହେ ତାହା ଠିକ ! ଯେତେ ଲେଖିଲେ ବା ଟିଭି ସୋରେ ରଡ଼ି ଛାଡ଼ିଲେ ଯେ ଗଣମାଧ୍ୟମ ଯାହା କରୁଛି ତାହା ଠିକ ଏକଥାକୁ ଆଉ ଲୋକେ ବିଶ୍ୱାସ କରୁନାହାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ