ରାୟଗଡ଼ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ସଦଭାବନା ସଭାଗୃହ ଠାରେ ପଞ୍ଚାୟତ ସମିତିର ତୃତୀୟ ଅଧିବେଶନ ଆରମ୍ଭ ହୋଇଯାଇଛି l ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ପ୍ରଦୀପପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ନବନିର୍ବାଚିତ ପ୍ରତିନିଧି ମାନଙ୍କୁ ପୁଷ୍ପ ଗୋଛ ଦେଇ ସ୍ୱାଗତ୍ କରି ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ବ୍ଲକ ଉପାଧକ୍ଷ ଜ୍ଯୋତି ପ୍ରସାଦ ପାଣି, ଏ ବିଡିଓ ପିତାମ୍ବର ବେହେରା, ସହକାରି ନିର୍ବାହୀ ଯନ୍ତ୍ରୀ ସସ୍ମିତା କୁମାରୀ ଜେନା, ଜିଲ୍ଲା ପରିଷଦ ସଭ୍ୟା ଗୌତମୀ ଜାନି, ସଭ୍ଯ ପିତାମ୍ବର ନାୟକ, ସାଂସଦ ପ୍ରତିନିଧି ଅନ୍ତର୍ଯ୍ୟାମୀ ଗମାଙ୍ଗ, ବିଧାୟକ ପ୍ରତିନିଧି ମାଫିଏଲ ସ୍ୱାଲସିଂ ପ୍ରମୁଖ ମଞ୍ଚାସୀନ ଥିଲେ l ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ସମସ୍ଯା ମୁଖ୍ୟ ପ୍ରସଙ୍ଗଥିଲା l ସାନତୁଣ୍ଡି ପଞ୍ଚାୟତର ସରପଞ୍ଚ ସଂଘମିତ୍ରା ଶବର ତୁବୁରିସିଂ ଗ୍ରାମରେ ବିଦ୍ୟାଳୟ ବନ୍ଦ ହୋଇଯାଇଥିବା ବେଳେ ତୁରନ୍ତ ତାହାକୁ ଖୋଲିବା ପାଇଁ ଦାବି କରିଥିଲେ l ଏହା ସହ ରାୟଗଡ଼ ବ୍ଲକର ବିଦ୍ୟାଳୟ ଗୁଡିକରେ ଠିକ ଭାବେ ପାଠ ପଢ଼ା ହେଉନଥିବା ଅଭିଯୋଗ ହୋଇଥିଲା l ଏହାସହ ବର୍ତ୍ତମାନ ଖରା ଦିନ ଚାଲିଥିବା ବେଳେ ପ୍ରତି ଗାଁରେ ପାନୀୟ ଜଳ ସମସ୍ଯା ନେଇ ଗୃହରେ ଉଦବେଗ ପ୍ରକାଶ ପାଇଥିଲା l ସ୍ୱାସ୍ଥ୍ୟ ବିଭାଗ ବିଷୟରେ ଆଲୋଚନା ବେଳେ ସ୍ୱାସ୍ଥ୍ୟ କର୍ମୀମାନେ ଅଂଚଳରେ ରହୁନଥିବା ପ୍ରତିନିଧିମାନେ ଅଭିଯୋଗ କରିଥିଲେ l ବୈଠକରେ ଉନ୍ନୟନ, ମହିଳା ଓ ଶିଶୁ ବିକାଶ, ପଶୁ ସମ୍ପଦ, କୃଷି, ଖାଦ୍ୟ ଯୋଗାଣ, ଉଦ୍ୟାନ, ସାମାଜିକ ଓ ସୁରକ୍ଷା, ପ୍ରାଣୀ ଚିକିତ୍ସା, ଓଡ଼ିଶା ଜିବିକା ମିସନ, ଗ୍ରାମ୍ୟ ଉନ୍ନୟନ, ସମନିତ ଆଦିବାସୀ ଉନ୍ନୟନ ଓ କଲ୍ୟାଣ ଆଦି ବିଭାଗ ଉପରେ ଆଲୋଚନା ହୋଇଥିଲା l ଏଥିରେ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ଓ ପିଇଓ ମାନେ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ବିଡିଓ ରାଜା ରଞ୍ଜିତ ପ୍ରତାପ ବଳ ପରିଚାଳନା କରିଥିବା ବେଳେ ଭାରପ୍ରାପ୍ତ ଜିପିଓ ସେନାପତି ଶବର ଓ ପେଷା ସଂଯୋଜକ ଶ୍ରୀଧର ଦାସ ପରିଚାଳନାରେ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ