୨୦୨୧-୨୨ରେ ୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କଲା ଖଦୀ କାରବାର

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ଏକ ଉଚ୍ଚତା ହାସଲ କରିଛି, ଯାହା କି ଭାରତରେ ସମସ୍ତ ଏଫଏମସିଜି କମ୍ପାନିଙ୍କ ପାଇଁ ଏକ ଦୂର ସ୍ୱପ୍ନ ହୋଇ ରହିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିରନ୍ତର ସମର୍ଥନ ଯୋଗୁଁ କେଭିଆଇସି ପ୍ରଥମ ଥର ପାଇଁ ୧.୧୫ ଲକ୍ଷ କୋଟି ଟଙ୍କାର କାରବାର କରିପାରିଛି, ଯାହା ଦେଶରେ କୌଣସି ଏଫଏମସିଜି କମ୍ପାନିଙ୍କ ପକ୍ଷେ ଆଜିଯାଏ ହୋଇପାରି ନାହିଁ । ଏହାଦ୍ୱାରା ଦେଶରେ ଏକମାତ୍ର ସଂସ୍ଥା ଭାବେ କେଭିଆଇସି ରେକର୍ଡ ୧ ଲକ୍ଷ କୋଟି ଟଙ୍କାର କାରବାର ମାଇଲଖୁଣ୍ଟ ହାସଲ କରିଛି । ୨୦୨୧-୨୨ ଆର୍ଥିକବର୍ଷରେ, କେଭିଆଇସିର ସର୍ବମୋଟ କାରବାର ୧,୧୫,୪୧୫.୨୨ କୋଟି ଟଙ୍କାରେ ପହଞ୍ଚିଛି, ଯାହା ପୂର୍ବ ଆର୍ଥିକ ବର୍ଷ ଅର୍ଥାତ ୨୦୨୦-୨୧ରେ ୯୫,୭୪୧.୭୪ କୋଟି ଟଙ୍କା ରହିଥିଲା । ଅତଏବ, ୨୦୨୦-୨୧ ପରଠାରୁ କେଭିଆଇସି ୨୦.୫୪% ଅଭିବୃଦ୍ଧି ହାସଲ କରିନେଇଛି । ୨୦୧୪-୧୫ ବର୍ଷ ତୁଳନାରେ ୨୦୨୧-୨୨ରେ ଖଦୀ ଓ ଗ୍ରାମୀଣ ଶିଳ୍ପ କ୍ଷେତ୍ରଗୁଡ଼ିକରେ ସାମଗ୍ରିକ ଉତ୍ପାଦନ ୧୭୨% ଅଭିବୃଦ୍ଧି ହାସଲ କରିଥିବା ବେଳେ ସମାନ ସମୟରେ ମୋଟ ବିକି୍ର ୨୪୮% ବୃଦ୍ଧି ପାଇଛି । କୋଭିଡ-୧୯ ମହାମାରୀର ଦ୍ୱିତୀୟ ଲହର ଯୋଗୁ ୨୦୨୧-୨୨ ଆର୍ଥିକବର୍ଷର ପ୍ରଥମ ତୈ୍ରମାସ ଅର୍ଥାତ ଏପ୍ରିଲରୁ ଜୁନରେ ଦେଶରେ ଆଂଶିକ ଲକଡାଉନ ସତ୍ତ୍ୱେ କେଭିଆଇସି କାରବାର ଏଭଳି ରେକର୍ଡ ଦେଖିପାରିଛି । ଗତ ବର୍ଷକର କାରବାର ଉପରେ ଯଦି ନଜର ପକାଯାଏ, ଖଦୀ କ୍ଷେତ୍ରରେ ସବୁଠୁ ବଡ଼ ପ୍ରଭାବ ଦେଖାଯାଇ ପାରିବ, ଯାହା କି ୨୦୨୧-୨୨ରେ କାରବାର ୪୩.୨୦% ଅଭିବୃଦ୍ଧି ହୋଇ ୫,୦୫୨ କୋଟି ଟଙ୍କା ହୋଇପାରିଛି, ଯାହା ୨୦୨୦-୨୧ରେ ୩,୫୨୮ କୋଟି ଟଙ୍କା ରହିଥିଲା । ବିଗତ ୮ ବର୍ଷ ମଧ୍ୟରେ ଅର୍ଥାତ ୨୦୧୪-୧୫ରୁ ୨୦୨୧-୨୨ରେ ଖଦୀ କ୍ଷେତ୍ରରେ ଉତ୍ପାଦନ ୧୯୧% ବୃଦ୍ଧି ପାଇଛି, ଯେବେ କି ଖଦୀ ବିକି୍ର ୩୩୨% ବୃଦ୍ଧି ପାଇଛି । ଅପରପକ୍ଷରେ, ୨୦୨୧-୨୨ରେ ଗ୍ରାମୋଦ୍ୟୋଗ କ୍ଷେତ୍ରରେ କାରବାର ୧,୧୦,୩୬୪ କୋଟି ଟଙ୍କାରେ ପହଞ୍ଚିଛି, ଯାହା ପୂର୍ବ ବର୍ଷ ୯୨,୨୧୪ କୋଟି ଟଙ୍କା ରହିଥିଲା । ବିଗତ ୮ ବର୍ଷରେ ଗ୍ରାମୋଦ୍ୟୋଗ କ୍ଷେତ୍ରରେ ଉତ୍ପାଦନ ୨୦୨୧-୨୨ରେ ୧୭୨% ବଢ଼ିଥିବା ବେଳେ ବିକି୍ର ପରିମାଣ ୨୪୫% ବୃଦ୍ଧି ପାଇଥିଲା । କେଭିଆଇସି ଅଧ୍ୟକ୍ଷ ବିନୟ କୁମାର ସାକ୍ସେନା ଏହି ଅଭୂତପୂର୍ବ ସଫଳତାର ଶ୍ରେୟ ଦେଶରେ ଖଦୀକୁ ପ୍ରୋତ୍ସାହନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିରନ୍ତର ସମର୍ଥନକୁ ଦେଇଛନ୍ତି । ସେହିଭଳି, ଅଭିନବ ସ୍କିମ, ସୃଜନାତ୍ମକ ବିପଣନ ଚିନ୍ତାଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ସକି୍ରୟ ସହଯୋଗ ମଧ୍ୟ ବିଗତ ବର୍ଷଗୁଡ଼ିକରେ ଖଦୀ କ୍ଷେତ୍ର ହାସଲ କରିଥିବା ଅଭିବୃଦ୍ଧି ପାଇଁ ସହାୟକ ହୋଇପାରିଛି । ସେ କହିଛନ୍ତି, ‘‘ସ୍ୱଦେଶୀକୁ ପ୍ରୋତ୍ସାହନ ଦେଇ ଆତ୍ମନିର୍ଭରଶୀଳତା ହାସଲ ଲାଗି ପ୍ରଧାନମନ୍ତ୍ରୀଙ୍କ ଅହରହ ଆହ୍ୱାନ ଯୋଗୁ ବିଶେଷକରି ‘ଖଦୀ’ ଆଶ୍ଚର୍ଯ୍ୟଜନକ ସଫଳତା ହାସଲ କରିପାରିଛି । ଆଜିକା ଦିନରେ ଖଦୀ ଦେଶରେ ତମାମ ଏଫଏମସିଜି କମ୍ପାନିଗୁଡ଼ିକ ଠାରୁ ଆଗରେ ରହିଛି । ନୂଆ ବୈଜ୍ଞାନିକ ପ୍ରଣାଳୀ ଅବଲମ୍ବନ କରିବା ଏବଂ ଖଦୀ ଉତ୍ପାଦ ବର୍ଗରେ ବିବିଧତା ଆଣିବା ଯୋଗୁ କେଭିଆଇସି ଏଭଳି ବିପୁଳ ଅଭିବୃଦ୍ଧି ହାସଲ ନିମନ୍ତେ ସଫଳ ହୋଇପାରିଛି, ଯାହା କି ଅନ୍ୟ କୌଣସି ଏଫଏମସିଜି କମ୍ପାନି ପକ୍ଷେ ହୋଇପାରି ନାହିଁ । ବିଶେଷକରି, ‘ଆତ୍ମନିର୍ଭର ଭାରତ’ ଓ ‘ଭୋକାଲ ଫର ଲୋକାଲ’ ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନର ଲୋକମାନେ ଉତ୍ସାହପୂର୍ବକ ଭାବେ ପ୍ରତିକ୍ରିୟା ଦେଖାଇଛନ୍ତି । ବିଗତ କିଛି ବର୍ଷ ହେଲା, କାରିଗର ଏବଂ ବେରୋଜଗାର ଯୁବକଯୁବତୀଙ୍କ ପାଇଁ ନିରନ୍ତର ନିଯୁକ୍ତି ସୃଷ୍ଟି କେଭିଆଇସିର ମୁଖ୍ୟ ଗୁରୁତ୍ୱ ରହିଆସିଛି । ଅର୍ଥନୈତିକ ସଂକଟର ସାମ୍ନା କରି, ଅନେକ ସଂଖ୍ୟକ ଯୁବକଯୁବତୀ ପିଏମଇଜିପି ଅଧୀନରେ ଆତ୍ମନିର୍ଭରଶୀଳ ହୋଇ ବିନିର୍ମାଣ କାର୍ଯ୍ୟକଳାପ ପ୍ରତି ମନ ବଳାଇଥିଲେ, ଯାହା କି ଗ୍ରାମୋଦ୍ୟୋଗ କ୍ଷେତ୍ରରେ ଉତ୍ପାଦନ ବଢ଼ାଇଥିଲା । ଏଥିସହିତ ସ୍ୱଦେଶୀ ଉତ୍ପାଦ କିଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ ଖଦୀ ଓ ଗ୍ରାମୀଣ ଶିଳ୍ପ ଉତ୍ପାଦ ବିକି୍ର ବଢ଼ିବାକୁ ଲାଗିଥିଲା । ଏଥିରୁ ଆଉ ଏକ ବଡ଼ କଥା ସାମ୍ନାକୁ ଆସିଛି ଯେ ୨୦୨୧ ଅକ୍ଟୋବର ୩୦ରେ ନୂଆଦିଲ୍ଲୀର କନ୍ନଟ ପ୍ଲେସ ସ୍ଥିତ ଫ୍ଲାଗସିପ ଷ୍ଟୋରରେ ଖଦୀର ଦିନିକିଆ ବିକି୍ର ସର୍ବକାଳୀନ ୧.୨୯ କୋଟି ଟଙ୍କା ହୋଇପାରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ