ବେଆଇନ ସିମ କାରବାର ଅଭିଯୋଗରେ ୩ ଦୋକାନରେ ପୋଲିସ ର ଚଢାଉ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ବେଆଇନ ସିମ୍ ର୍ୟାକେଟ୍ ଘଟଣାରେ ଦିନକୁ ଦିନ ସାଇବର କ୍ରାଇମ ବୃଦ୍ଧି ପାଉଥିବା ବେଳେ ବହୁ ସାଧାରଣ ଲୋକ ଠକେଇର ଶିକାର ହେଉଛନ୍ତି । ତେଣୁ ଗଞ୍ଜାମ ଏସପି ବ୍ରିଜେଶ ରଏ ଙ୍କ ନିର୍ଦ୍ଧେଶ କ୍ରମେ ପାଟପୁର ପୋଲିସ ପକ୍ଷରୁ ସହରରେ ଥିବା ବିଭିନ୍ନ ମୋବାଇଲ ଦୋକାନ ଉପରେ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା। ରବିବାର ଥାନା ଏସଆଇ ସାନ୍ତୁନୁ କୁମାର ଦିଗଲ ଷ୍ଟାପ ସହ ସିଙ୍ଗିପୁର ଅଞ୍ଚଳ ରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ବିଶେଷ ସୂତ୍ର ରୁ ଖବର ପାଇ ଡେଙ୍ଗାଓସ୍ତା ଅଞ୍ଚଳରେ ଥିବା ୩ ଟି ମୋବାଇଲ ଦୋକାନ ରେ ଚଢ଼ାଉ କରିଥିଲା l ୩ ଗୋଟି ଦୋକାନ ରୁ ମୋଟ ୩୮ ଗୋଟି ବିଭିନ୍ନ କମ୍ପାନୀର ସିମ, ୩ ଗୋଟି ମୋବାଇଲ ଜବତ କରିଥିବା ବେଳେ ୩ ଜଣଙ୍କ ଗିରଫ କରିଛି l ଗିରଫ ମାନେ ହେଲେ ସିଙ୍ଗିପୁର ପଞ୍ଚାୟତ ଲାବଣ୍ୟ ନଗର ର ଵି.ରବି କୁମାର ପାତ୍ର, ବଙ୍ଗରଡ଼ା ଗ୍ରାମର ବୁଲୁ ଚୌଧୁରୀ, ସିଙ୍ଗିପୁର ନୁଆ ସାହିର କବିରାଜ ସାହୁ l ବିଶେଷ କରି ଦୋକାନରେ ବେଆଇନ ସିମ କାରବାର ଓ ପ୍ରକୃତ ଗ୍ରାହକଙ୍କ ପରିଚୟ ପତ୍ର ଉପରେ ପୋଲିସ ପକ୍ଷରୁ ଖୋଳତାଡ଼ କରାଯାଇଥିଲା । ବହୁ ଦୁର୍ବୁତ୍ତ ନକଲି ଗ୍ରାହକଙ୍କ ନାମରେ ସିମ କିଣି ଅପରାଧୀ ମାନେ ଫାଇଦା ଉଠାଉଛନ୍ତି । ତେଣୁ ଅପରାଧିକ କାର୍ଯ୍ୟ କଳାପକୁ ରୋକିବା ପାଇଁ ସଠିକ ପରିଚୟ ପତ୍ର ମାଧ୍ୟମରେ ସିମ ବିକ୍ରି କରିବାକୁ ଦୋକାନୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଦୋକାନି ମାନେ ବେଆଇନ ସିମ , କ୍ରିମିନାଲ ଲୋକଙ୍କୁ ଚଢା ଦରରେ ବିକ୍ରୀ କରୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l ଏନେଇ ପାଟପୁର ପୋଲିସ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ ରେ ଆସିକା ଏସଡ଼ିପିଓ ଉମା ଶଙ୍କର ସିଂ ସୂଚନା ଦେଇଛନ୍ତି l ସମସ୍ତ ଅଭିଯୁକ୍ତ ଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ଆଗାମୀ ଦିନରେ ପାଟପୁର ଥାନା ଅଞ୍ଚଳରେ ଥିବା ସମସ୍ତ ମୋବାଇଲ ଦୋକାନ ଗୁଡିକରେ ଚଢ଼ାଉ କରି ବେଆଇନ ଭାବେ ସିମ ବିକ୍ରୀ କରୁଥିବା ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବା ନେଇ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି l