ଗୃହ ନିର୍ମାଣରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ଉପରେ ତାଲିମ୍ ଶିବିର

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :-ଓଡିଶା ସରକାରଙ୍କ ଶକ୍ତି ବିଭାଗ ତରଫରୁ ଗୃହ ନିର୍ମାଣରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ଉପରେ ଇଂ ଅଶୋକ ନନ୍ଦ ଓ ତାରକେଶ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ଦୁଇ ଦିନିଆ ତାଲିମ୍ ଶିବିର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି  । ଏହି ତାଲିମ୍ ଶିବିରକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ ଉଦ୍ଘାଟନ କରି କହିଥିଲେଯେ, ଶକ୍ତି ହିଁ ଜୀବନ  । ଆଜିକା ଦିନରେ ଅକ୍ଷୟ ଶକ୍ତିର ସୁବିନିଯୋଗ ହୋଇ ପାରିଲେ କ୍ଷୟ ଶକ୍ତିକୁ ଆଗାମୀ ପିଢୀଙ୍କ ସକାଶେ ସଞ୍ଚୟ ହୋଇ ପାରିବ  । ତେଣୁ ଏହାର ସୁବିନିଯୋଗ ଓ ସଂରକ୍ଷଣ କରିବା ଉଚିତ୍  । ଶକ୍ତି ସଂରକ୍ଷଣ ଉପରେ ସମସ୍ତେ ଗୁରୁତ୍ବ ଦେବା ସହ ଏହାର ଖର୍ଚ୍ଚକୁ କମାଇବା ଉପରେ ଗୁରୁତ୍ବ ଦେବା ଉଚିତ୍  । ମାଷ୍ଟର ଟ୍ରେନର୍ ରାଣା ପ୍ରତାପ ପୋଦ୍ଦାର ଏବଂ ଜେ.କେ.ବ୍ୟାସ ବୃହତ୍ତର କୋଠା ବା ଅଟ୍ଟାଳିକା ଗୁଡିକର  ନିର୍ମାଣ ଶୈଳୀ ଏବଂ ଏହାର ଡିଜାଇନ୍ ସମୟରେ କିପରି ଅନେକ ପ୍ରକାର ବ୍ୟବସ୍ଥା କରାଯାଇ  ଶକ୍ତି ସଂରକ୍ଷଣ କରାଯାଇ ପାରିବ ସେ ବିଷୟରେ ସୁବିସ୍ତୃତ ଭାବେ ତାଲିମ୍ ପ୍ରଦାନ କରିଥିଲେ  । ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟର ବ୍ୟୁରୋ ଅଫ୍ ଏନର୍ଜି ଏଫ୍.ସି.ଏନ୍.ସି. ର ଶକ୍ତି ଉର୍ଜା, ଏନର୍ଜି କଞ୍ଜରଭେସନ୍ ବିଲ୍ଡିଂ କୋଡ୍-୨୦୧୭, ଶକ୍ତି ସଂରକ୍ଷଣ ନିଓ୍ବାସ ସଂହିତା (ଇସିବିସି)  ବିଷୟରେ ପ୍ରାଞ୍ଜଳଭାବେ ବୁଝାଇଥିଲେ  । ବିଭିନ୍ନ ଅକ୍ଷୟ ଉତ୍ସରୁ ମିଳୁଥିବା ଶକ୍ତିର ସୁବିନିଯୋଗ ଓ ସଂରକ୍ଷଣ ନକଲେ ଆଗାମୀ ଦିନରେ ବହୁ ଅସୁବିଧାର ସମ୍ମୁଖୀନ ହେବା ବୋଲି ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ କହିଥିଲେ  । ଶକ୍ତି ବିଭାଗ ତରଫରୁ ଇଂ ଅଶୋକ ନନ୍ଦ ଅନୁରୋଧ କରିଛନ୍ତି ଯେ ନିଜ ଗୃହ ନିର୍ମାଣ କରିବା ପୂର୍ବରୁ ମୋବାଇଲ୍ ନଂ ୯୪୩୭୩୦୩୫୪୮ ସହିତ ଯୋଗାଯୋଗ କଲେ ଶକ୍ତି ସଂରକ୍ଷଣ ଦିଗରେ ଗୃହ ନିର୍ମାଣର ଢାଞ୍ଚା କିପରି କରାଗଲେ ଗୃହ ମଧ୍ୟକୁ ଅନାୟାସ ରେ ବାୟୁ ଚଳାଚଳ କରିପାରିବ ସେ ସମ୍ପର୍କରେ ଅବଗତ କରାଇ ପାରିବେ  । ଏହି ତାଲିମ୍ ଶିବରି ରେ ରାସ୍ତା ଓ କୋଠାବାଡି ବିଭାଗର ସମସ୍ତ ଯନ୍ତ୍ରୀ, ସହକାରୀଯନ୍ତ୍ରୀ, ବିଦ୍ୟୁତ୍ ବିଭାଗୀୟ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀଗଣ ଯୋଗ ଦେଇଥିଲେ  ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ