ମହିଳାଙ୍କ ମର୍ଯ୍ୟାଦା ରକ୍ଷା ଓ ସେମାନଙ୍କ ଜୀବନକୁ ସ୍ୱଚ୍ଛନ୍ଦ କରିବା ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ଉପହାର ସ୍ୱରୂପ ପ୍ରଦାନ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଭାରୁଚଠାରେ ଉତ୍କର୍ଷ ସମାରୋହକୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧନ କରିଛନ୍ତି । ଏହି କାର୍ଯ୍ୟକ୍ରମ ଚାରିଟି ପ୍ରମୁଖ ଯୋଜନାରେ ରାଜ୍ୟ ସରକାର ପୂର୍ଣ୍ଣତା ହାସଲ କରିବା ଦୃଷ୍ଟିରୁ ପାଳନ କରାଯାଉଛି । ଏହା ଜରିଆରେ ଜିଲ୍ଲାଗୁଡିକରେ ସମୟାନୁସାରେ ଆର୍ଥିକ ସହାୟତା ଜନସାଧାରଣଙ୍କୁ ପ୍ରଦାନ କରାଯିବ । ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଅନ୍ୟମାନଙ୍କ ମଧ୍ୟରେ ଏହି ଅବସରରେ ଉପସ୍ଥିତ ଥିଲେ । ସେ ଅଞ୍ଚଳର ମହିଳାମାନେ ଦେଶରେ ମହିଳାଙ୍କ ଜୀବନକୁ ସ୍ୱଚ୍ଛନ୍ଦ କରିବା ନେଇ ମର୍ଯ୍ୟାଦା ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହ ଏକ ବିଶାଳ ରାକ୍ଷୀ ଉପହାର ଦେଇଥିଲେ । ପ୍ରଧାନମନ୍ତ୍ରୀ ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସହ କଥାବାର୍ତ୍ତା ହୋଇଥିଲେ । ଜଣେ ଦିବ୍ୟାଙ୍ଗଙ୍କ ସହ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ତାଙ୍କ ଝିଅର ପାଠପଢ଼ା ନେଇ ଜାଣିବାକୁ ଚାହିଁଥିଲେ । ଝିଅଟି ତା ବାପାଙ୍କ ସମସ୍ୟା ନେଇ ଭାବପ୍ରବଣ ହୋଇ ଉଠିଥିଲା । ଏଥିରେ ବ୍ୟଥିତ ପ୍ରଧାନମନ୍ତ୍ରୀ ଝିଅଟିର ସମ୍ବେଦନଶୀଳତା ହିଁ ତାର ଶକ୍ତି ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ସେ ଓ ତାର ପରିବାର କିପରି ଇଦ ପାଳନ କଲେ ବୋଲି ପରାରିଥିଲେ । ସେ ହିତାଧିକାରୀଙ୍କୁ ଧନ୍ୟବାଦ ଦେବା ସହ ଟୀକା ନେଇଥିବା ଓ ନିଜର ଝିଅମାନଙ୍କୁ ସେମାନଙ୍କ ଆକାଂକ୍ଷିତ ପଥରେ ଆଗେଇ ଥିବାରୁ ଧନ୍ୟବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଜଣେ ମହିଳା ହିତାଧିକାରୀଙ୍କ ସହ କଥାବାର୍ତ୍ତା କାଳରେ ସେ ମର୍ଯ୍ୟାର ସହ ଜୀବନ ଅତିବାହିତ କରିବାକୁ ସଂକଳ୍ପବଦ୍ଧ ବୋଲି କହିବାରୁ ତାହାର ପ୍ରଶଂସା କରିଥିଲେ । ଜଣେ ବିଧବା ଯୁବତୀ ସେ କିପରି ତାଙ୍କ ପିଲାଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ପାଇଁ ଚେଷ୍ଟା କରୁଛନ୍ତି କହିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କୁ ଛୋଟକାଟର ଅର୍ଥ ବଞ୍ଚାଇବା ସହ ତାଙ୍କ ଜୀବନଯାତ୍ରାରେ ସହାୟକ ହେବାକୁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିବାକୁ ପରାମର୍ଶ ଦେଇଥିଲେ । ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଉତ୍କର୍ଷ ସମାରୋହ ସରକାର ଯେତେବେଳେ ଏକ ସଂକଳ୍ପ ନେଇ ହିତାଧିକାରୀଙ୍କ ନିକଟରେ ପହଞ୍ଚିଛନ୍ତି ସେଥିରୁ ସଫଳତା ମିଳିଥାଏ ଓ ଏହା ତାହାର ପ୍ରତିଫଳନ । ସାମାଜିକ ସୁରକ୍ଷାକୁ ନେଇ ଚାରିଟି ଯୋଜନାର ଶତପ୍ରତିଶତ ସଫଳତା ନେଇ ପ୍ରଧାନମନ୍ତ୍ରୀ ଭାରୁଚ ଜିଲ୍ଲା ପ୍ରଶାସନ ଓ ଗୁଜରାଟ ସରକାରଙ୍କ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ହିତାଧିକାରୀମାନଙ୍କ ମଧ୍ୟରେ ସନ୍ତୋଷ ଓ ଆତ୍ମବିଶ୍ୱାସ ଭାବ ଲକ୍ଷ୍ୟ କରିଥିଲେ । ସେ କହିଥିଲେ ଯେ ଅନେକ ତଫସିଲ ଭୁକ୍ତ ଉପଜାତି, ଜାତି ଓ ସଂଖ୍ୟାଲଘୁ ବ୍ୟକ୍ତି ସୂଚନା ଓ ସଚେତନତା ଅଭାବରୁ ଅନେକ ଯୋଜନାରୁ ବଞ୍ଚିତ ହେଉଛନ୍ତି । ସବକା ସାଥ, ସବକା ବିଶ୍ୱାସର ଉତ୍ସାହ ଓ ସଚ୍ଚୋଟ ଅଭିପ୍ରାୟ ସବୁବେଳେ ଭଲ ଫଳ ଦେଇଥାଏ ବୋଲି ସେ କହିଥିଲେ । ସରକାର ଆଠବର୍ଷ ଶାସନ କାଳ ପୂରଣ କରିବାକୁ ଯାଉଥିବା ବେଳେ, ଏହି ସବୁ ସମୟ ସେବା, ସୁଶାସନ ଓ ଗରୀବ କଲ୍ୟାଣ ଦିଗରେ ବିନିଯୋଗ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ତାଙ୍କ ପ୍ରଶାସନିକ ସଫଳତାର ଶ୍ରେୟ ସେ ଅଭାବ, ବିକାଶ ଓ ଦାରିଦ୍ର୍ୟରୁ ଶିଖିଥିବା ଅଭିଜ୍ଞତାକୁ ଦେଇଥିଲେ । ଦାରିଦ୍ର୍ୟ ଓ ସାଧାରଣ ବ୍ୟକ୍ତିର ଆବଶ୍ୟକତା ନେଇଥିବା ତାଙ୍କର ବ୍ୟକ୍ତିଗତ ଅଭିଜ୍ଞତାକୁ ପାଥେୟ କରି ସେ କୌଣସି ଯୋଜନାର ହିତାଧିକାରୀ ସେ ତାର ଯେପରି ସମ୍ପୂର୍ଣ୍ଣ ପ୍ରାପ୍ୟ ହାସଲ କରିବ ତାହା ଉପରେ ପ୍ରାଧାନ୍ୟ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୁଜରାଟର ମାଟି ତାଙ୍କୁ ତାଙ୍କ ବିଜୟରେ ସନ୍ତୁଷ୍ଟ ନରହି ସବୁବେଳେ ନାଗରିକଙ୍କ କଲ୍ୟାଣ ଦିଗରେ ମନେନିବେଶ ନିମନ୍ତେ ଶିକ୍ଷା ଦେଇଛି । ମୋର ସ୍ୱପ୍ନ ହେଉଛି ପୂର୍ଣ୍ଣତା ଆମେ ଶତପ୍ରତିଶତ ହାସଲ କରିବା ନେଇ ଆଗେଇବା ଦରକାର । ସରକାରୀ କଳ ଏଥିପାଇଁ ନିୟୋଜିତ ହେଲେ ନାଗରିକମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସର ଉଦ୍ରେକ ହେବ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ ମସିହା ବେଳକୁ ଦେଶର ପ୍ରାୟ ଅଧାଅଧି ଜନସଂଖ୍ୟା ଶୌଚାଳୟ, ଟିକାକରଣ, ବିଦ୍ୟୁତ ସଂଯୋଗ ଓ ବ୍ୟାଙ୍କ ଖାତା ସୁବିଧାରୁ ବଞ୍ଚିତ ଥିଲେ । ବିଗତ ଦିନରେ ସମସ୍ତଙ୍କ ସହଯୋଗରୁ ଆମେ ଅନେକ ଯୋଜନା ଶତ ପ୍ରତିଶତ ତ୍ୱରାନ୍ୱିତ କରିଛୁ । ଆଠବର୍ଷ ପରେ ପୁଣି ଆମେ ସ୍ୱତନ୍ତ୍ର ସଂକଳ୍ପ ନେଇ ନିଜକୁ ଉତ୍ସର୍ଗ କରିବା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶତପ୍ରତିଶତ ହିତାଧିକାରୀ ଅର୍ଥ ହେଲା ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଖରେ ସୁବିଧା ପହଞ୍ଚାଇବା – ସବକା ସାଥ, ସବକା ବିକାଶ ଗରିବଙ୍କ କଲ୍ୟାଣ ଲାଗି ଥିବା ଯୋଜନାରୁ କେହି ମଧ୍ୟ ବଞ୍ଚିତ ହେବା ଅନୁଚିତ । ଏଥିରେ ବାଛବିଚାର ବା ସନ୍ତୁଷ୍ଟିକରଣ ରାଜନୀତିର ମଧ୍ୟ ପରିସମାପ୍ତି ଘଟିବ । ପୂର୍ଣ୍ଣତା ଅର୍ଥ ସମାଜର ସମସ୍ତଙ୍କ ନିକଟରେ ସୁବିଧା ପହଞ୍ଚିବ ବୋଲି ସେ କହିଥିଲେ । ସେ ଅଞ୍ଚଳର ବିଧବା ଭଉଣୀମାନେ ତାଙ୍କୁ ଉପହାର ଦେଇଥିବା ରାକ୍ଷୀ ପାଇଁ ସେ ମହିଳାମାନଙ୍କୁ ଧନ୍ୟବାଦ ଦେବା ସହ ଏହା ତାଙ୍କୁ ଆହୁରି ସଶକ୍ତ କରିବ ବୋଲି କହିଥିଲେ । ସେମାନଙ୍କ ସନ୍ଦିଚ୍ଛା ତାଙ୍କ ପାଇଁ ଢ଼ାଲ ଭଳି ଓ ଏହା ତାଙ୍କୁ ଅଧିକ ପରିକ୍ରମ ନିମେନ୍ତ ଉତ୍ସାହିତ କରିବ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମସ୍ତଙ୍କ ସହଯୋଗ ଓ ବିଶ୍ୱାସ ଯୋଗୁଁ ସେ ଲାଲକିଲ୍ଲାର ପ୍ରାଚୀର ଉପରୁ ପୂର୍ଣ୍ଣତାର ଲକ୍ଷ୍ୟ ନେଇ ଘୋଷଣା କରିପାରିଥିଲେ । ଏହା ସାମାଜିକ ସୁରକ୍ଷାର ଏକ ମସ୍ତବଡ କାର୍ଯ୍ୟକ୍ରମ ବୋଲି ସେ କହିଥିଲେ । ସେ ଏହି ଅଭିଯାନକୁ ଗରୀବଙ୍କ ମର୍ଯ୍ୟାଦା (ଗରିବ କୋ ଗରିମା) ନେଇ ଅଭିହିତ କରିଥିଲେ । ଗୁଜରାଟୀରେ ନିଜର ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ ଭାରୁଚର ବାଣିଜିକ ଓ ସାଂସ୍କୃତିକ ଐତିହ୍ୟର ସ୍ମୃତିଚାରଣ କରିଥିଲେ । ସେ ତାଙ୍କର ଭାରୁଚ ସହ ଦୀର୍ଘ ସମ୍ପର୍କର ମଧ୍ୟ ସ୍ମରଣ କରିଥିଲେ । ଶିଳ୍ପ ବିକାଶ ସହ ସ୍ଥାନୀୟ ଯୁବକଯୁବତୀଙ୍କ ଆକାଂକ୍ଷ ପୂରଣ ମୋଦି ଭାରୁଚର ବିକାଶ ହୋଇଛି । ସେ ମଧ୍ୟ ଅର୍ଥନୀତି, ଶିକ୍ଷା, ସ୍ୱାସ୍ଥ୍ୟ ଓ ଯୋଗାଯୋଗ କ୍ଷେତ୍ରରେ ଥିବା ନୂତନ ସାମର୍ଥ୍ୟ ଓ ମମ୍ଭାବନା ଉପରେ ମଧ୍ୟ ଆଲୋକପାତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ