ପଦ୍ମଶ୍ରୀ ଭବାନୀ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ଦିବସ ପ୍ରେରଣା ଦିବସ ଭାବେ ପାଳିତ
ନିମାପଡା, ( ସନ୍ତୋଷ ଦାଶ) :-ମହାନ ସ୍ଵାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଙ୍କ ଦ୍ଵିତୀୟ ବାର୍ଷିକ ଶ୍ରାଦ୍ଧ ଦିବସ କୁ ନିମାପଡ଼ାରେ ପ୍ରେରଣା ଦିବସ ଭାବେ ପାଳନ କରାଯାଇଛି । ଏହି ଅବସରରେ ସହୀଦ ସ୍ମୃତି ସଂସଦ ଆନୁକୁଲ୍ୟରେ ନିମାପଡ଼ା ସହିଦ ଭବନ ଠାରେ ଅନୁଷ୍ଠିତ ହୋଇଥିବା ଏକ ଚିତ୍ରାଙ୍କନ ପ୍ରତିଯୋଗିତାରେ ନିମାପଡ଼ା ର ବିଭିନ୍ନ ଶିକ୍ଷାନୁଷ୍ଠାନ ରୁ ୫୦୦ ରୁ ଅଧିକ ଛାତ୍ର ଛାତ୍ରୀ ଯୋଗ ଦେଇ ଦେଶ ପ୍ରେମ ପାଇଁ ପ୍ରେରଣା ଶୀର୍ଷକ ଏକ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିଲେ ।ସମାଜର ବିଭିନ୍ନବର୍ଗ ର ମାନ୍ୟଗଣ୍ୟ ରାଜନେତା, ଅମଲାତନ୍ତ, ଶିକ୍ଷାବିତ, ପରିବେଶବିତ୍, ସମାଜସେବୀ ମାନେ ପିଲାମାନଙ୍କ ସହିତ ବସି ଦେଶ ଗଠନ ପାଇଁ ଚିତ୍ର ଆଙ୍କିଥିଲେ । ତା ପରେ ନିମନ୍ତ୍ରିତ ଅତିଥିମାନେ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱର୍ଗତ ଭବାନୀ ପଟ୍ଟନାୟକ ଙ୍କ ଜୀବନୀ ଓ ଆଦର୍ଶ ର ଉଦାହରଣ ଦେଇ ଦେଶ ପ୍ରେମ ପାଇ ଉତ୍ସାହିତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ନଗର ବିଜେଡ଼ି ସଭାପତି ଜୀବନାନନ୍ଦ ମହାପାତ୍ର , ଲୋକନାଥ ସାହୁ ସନ୍ତୋଷ ଦାସ, ଜଗତପ୍ରସାଦ ଶାବୁତ ,ଅଶୋକ ସାହୁ, ଦିଲ୍ଲୀପପାତ୍ର, ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ଭବାନୀ ବାବୁ ଙ୍କ ପଟ୍ଟ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ଭବାନୀ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଦେଶ ପାଇ କାମ କରିବାକୁ ଉଦବୋଧନ ଦେଇଥିଲେ ।