କୋଣାର୍କ ଥାନାର ଢିଲା ପୋଲିସ ପେଟ୍ରୋଲିଂଗ ବ୍ୟବସ୍ଥା : ରାମମନ୍ଦିର ହୁଣ୍ଡି ଭାଂଗି ଲୁଟ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଅଂଚଳରେ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା ନ ଥିବାରୁ ଚୋରି, ରାହାଯାନି ଓ ଡକାୟତି ବୃଦ୍ଧି ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ଥିବା ବେଳେ କୋଣାର୍କ ଏନଏସି ଅଧିନ ୪ନଂ ଓ୍ବାର୍ଡ କରମଙ୍ଗା ସ୍ଥିତ ଶ୍ରୀରାମ ମନ୍ଦିର ହୁଣ୍ଡି ଭଗିଂ ଲୁଟ ଘଟଣା ସ୍ଥାନୀୟ ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। ଖବରରୁ ପ୍ରକାଶ ଯେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଓଡିଶାର ସମସ୍ତ ଥାନା ଅଂଚଳରେ ଅପରାଧିକ କାର୍ଯ୍ୟକଳାପ ହ୍ରାସ କରିବା ପାଇଁ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥାର କଡାକଡି ଭାବେ ଲାଗୁ କରିବାପାଇଁ ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି। ମାତ୍ର ଏହି ନିର୍ଦ୍ଦେଶକୁ ଅଧିକାଂଶ ଥାନା ଅନୁପାଳନ ନ କରିବାରେ ଦିନକୁ ଦିନ ଅସାମାଜିକ ବ୍ୟକ୍ତିଙ୍କ ପ୍ରାଦୁର୍ଭାବ, ମହିଳା ମାନଙ୍କ ଉପରେ ନିର୍ଯ୍ୟତନା ଓ ଚୋରି, ରାହାଜାନୀ ଓ ଲୁଟ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ କୋଣାର୍କ ଥାନା ଅଂଚଳରେ ଗତ କିଛି ଦିନ ତଳେ କୋଣାର୍କ ମାର୍କେଟ କମ୍ପ୍ଲେକ୍ସ ଠାରେ ଥିବା ଏକ ଜୁଏଲାରୀ ଦୋକାନୀରୁ ବଡ ଧରଣର ଲୁଟ ହୋଇଥିବା ବେଳେ ଏଯାବତ କୋଣାର୍କ ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବାରେ ସକ୍ଷମ ହୋଇପାରିନଥିବା ବେଳେ ଗତ ଶୁକ୍ରବାର ବିଳମ୍ବିତ ରାତ୍ରିରେ କୋଣାର୍କ ସ୍ଥିତ କରମଙ୍ଗା ଗ୍ରାମର ଶ୍ରୀରାମ ମନ୍ଦିର ମୁଖ୍ୟ ଫାଟକ ତାଲା ଭାଙ୍ଗି ମନ୍ଦିର ପରିସରରେ ଥିବା ହୁଣ୍ଡି ଭାଂଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ ଘଟଣା ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। ଶ୍ରୀରାମ ମନ୍ଦିର ପରିସରରେ ଥିବା ହୁଣ୍ଡି ଭାଂଗି ଦୃବର୍ତ୍ତମାନେ ଲୁଟ କରିବା ଘଟଣାକୁ ନେଇ ଆଜି କୋଣାର୍କ ଥାନାରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅଭିଯୋଗ ହେବା ପରେ କୋଣାର୍କ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ବିଶ୍ବ ପର‌୍ୟ୍ୟଟନ ସ୍ଥଳୀ କୋଣାର୍କରେ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା ନ ହେବା, ସମ୍ବେଦନଶୀଳ ସ୍ଥାନରେ ପୋଲିସ ପକ୍ଷରୁ ସିସିଟିଭି ନ ଲାଗିବା, ଅଘୋଷିତ ବିଦ୍ୟୁତ କାଟ ସମସ୍ୟା ଆଦି ଘଟଣା ଯୋଗୁଁ ଆଇନଶୃଙ୍ଖଳା ପରିସ୍ଥିତି ବିପର‌୍ୟ୍ୟସ୍ତ ହୋଇପଡିଛି ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାର ସଦ୍ୟତମ ଉଦାହରଣ ସିସିଟିଭି କ୍ୟାମେରା କଏଦ ହୋଇଥିବା ଗହଣା ଦୋକାନରେ ଲୁଟ ସମୟର ଚିତ୍ର ଥିବା ବେଳେ କୋଣାର୍କ ପୋଲିସ ଏହି ସମ୍ବେଦନଶୀଳ ହାଇପ୍ରୋଫାଇଲ ଲୁଟ ଘଟଣାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସକ୍ଷମ ନ ହେବା ପୋଲିସର କାର୍ଯ୍ୟଦକ୍ଷତା ପ୍ରତି ଅଂଗୁଳି ନିର୍ଦ୍ଦେଶ କରୁଛି ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ଏହି ଲୁଟ ଘଟଣା ସହ କୋଣାର୍କ ତଥା ଆଖପାଖ ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ଓ ଧଳା ଜହର କାରବାର ବୃଦ୍ଧି ଏହି ଲୁଟ ଘଟଣା ପାଇଁ ଅଭିଯୁକ୍ତ ମାନଙ୍କୁ ଖୋରାକ ଯୋଗାଇବା ଅନ୍ୟ ଏକ ପ୍ରମୁଖ କାରଣ ପାଲଟିଛି ବୋଲି ଚର୍ଚ୍ଚା ଜୋର ଧରିଛି। ପୋଲିସ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଓ ଏହାର ଆଖପାଖ ଅଞ୍ଚଳରେ ଜନସାଧାରଣ ଓ ପର୍ଯ୍ୟଟକ ମାନେ ଏବେ ବାହାରକୁ ସପରିବାର ନେଇ ବୁଲିବାକୁ ଯିବାକୁ ଅସୁରକ୍ଷିତ ମନେ କରୁଛନ୍ତି ବୋଲି ଆଲୋଚନା ହେଉଛି। ଗତକାଲି ଶୁକ୍ରବାର ବିଳମ୍ବିତ ରାତିରେ କୋଣାର୍କ ସ୍ଥିତ ଶ୍ରୀରାମ ମନ୍ଦିର ହୁଣ୍ଡି ଭାଂଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଲୁଟ ଘଟଣାର ତଦନ୍ତ ଆରମ୍ଭ କରିଛି । ଦେଖାଯାଉ ଗହଣା ଦୋକାନ ଲୁଟ ଘଟଣାରେ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ପାଖରେ ଲୁଟ ସମୟର ଚିତ୍ର ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ବେଳେ କାହାରିକୁ କୋଣାର୍କ ପୋଲିସ ଗିରଫ କରି ପାରିନଥିବା ବେଳେ ଶ୍ରୀରାମ ମନ୍ଦିର ହୁଣ୍ଡି ଭାଂଗି ଲୁଟ ଘଟଣାରେ ପୋଲିସ କିଭଳି ଆଖିଦୃଶିଆ ପଦକ୍ଷେପ ନେଉଛି ତାହା ତାହା ସ୍ଥାନୀୟ ପୋଲିସ ପାଇଁ ଏକ ଚାଲେଞ୍ଜ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published.

Advertisement

ଏବେ ଏବେ