ବିଲାତି-ଚିକେନ ଦରବୃଦ୍ଧିକୁ ନେଇ ଚିନ୍ତାରେ ଖାଉଟି

ବାଲେଶ୍ୱର, (ସରୋଜ ପଣ୍ଡା) :-ଖାଇବା ତେଲ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ବଢ଼ିବାକୁ ନେଇ ସାଧାରଣ ଲୋକେ ଅସନ୍ତାଷ ପ୍ରକାଶ କରୁଥିବା ବେଳେ ଏବେ ବିଲାତି ଓ ଚିକେନର ଆକାଶଛୁଆଁ ଦରବୃଦ୍ଧି ଗରିବ ତଥା ମଧ୍ୟବିତ୍ତ ବର୍ଗଙ୍କ ଜୀବନଚର୍ଯ୍ୟା ଉପରେ ପ୍ରଭାବ ପକାଇଛି । ନିକଟ ଅତୀତରେ ବଜାରରେ ଲେମ୍ବୁ ଦର ହଠାତ ବଢ଼ିବା ଭଳି ଏବେ ଟମାଟୋ ଓ ଚିକେନର ଦରବୃଦ୍ଧି ଜନ ଅସନ୍ତୋଷର କାରଣ ହୋଇଛି । ସପ୍ତାହେ ପୂର୍ବରୁ ଟମାଟୋ କେଜିକୁ ୬୦ରୁ ୭୦ ଟଙ୍କାରେ ମିଳୁଥିବା ବେଳେ ବଜାରରେ ଏହା ହଠାତ ଶହେ ପାର ହୋଇଛି । ସେହିଭଳି ୧୮୦ରୁ ୨୦୦ ଟଙ୍କାରେ ମିଳୁଥିବା ଚିକେନ କେଜି ଏବେ ୩ ଶହ ଟଙ୍କା ଛୁଇଁବା ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଧନୀକ ଶ୍ରେଣୀର ଲୋକଙ୍କ ପାଇଁ ଏହି ଦରବୃଦ୍ଧି କିଛି ପ୍ରଭାବ ପକାଉ ନଥିବା ବେଳେ ଗରିବ ତଥା ମଧ୍ୟବିତ୍ତ ବର୍ଗଙ୍କୁ କଷ୍ଟ ଦେଉଛି । ତେବେ ଗ୍ରୀଷ୍ଣ ଋତୁରେ ଟମାଟୋ ଚାଷ ହେଉ ନଥିବା ବେଳେ ପଡ଼ୋଶୀ ପଶ୍ଚିମବଙ୍ଗ ଏବଂ ବେଙ୍ଗାଲୁରୁ ଉପରେ ଓଡ଼ିଶା ବଜାର ନିର୍ଭଶଶୀଳ ହୋଇଥାଏ ବୋଲି ବାଲେଶ୍ୱରର ବ୍ୟବସାୟୀମାନେ କହିଛନ୍ତିି । ପ୍ରତିକୂଳ ପାଗ ଯୋଗୁଁ କର୍ଣ୍ଣାଟକ ରାଜ୍ୟରେ ଆଶାନୁରୁପ ଟମାଟୋ ଚାଷ ହୋଇନଥିବା ବେଳେ ବେଙ୍ଗାଲୁରୁ ବଜାରରେ ଟମାଟୋର ଦର ଚଢା ରହିଛି । ଅନ୍ୟପକ୍ଷ ରେ ପଶ୍ଚିମବଙ୍ଗର ଜୟନଗର ଓ ବିହାରର କେତେକ ସ୍ଥାନରୁ ବାଲେଶ୍ୱରକୁ ଆସୁଥିବା ଟମାଟୋ ପର୍ଯ୍ୟାପ୍ତ ହେଉ ନଥିବାରୁ ଦର ବୃଦ୍ଧି ପାଉଥିବା ବ୍ୟବସାୟୀମାନେ ଯୁକ୍ତି ଦର୍ଶାଇଛନ୍ତି । ସେହିଭଳି ପ୍ରବଳ ଗ୍ରୀଷ୍ଣ ପ୍ରବାହକୁ ଚିକେନ ଦରବୃଦ୍ଧିର କାରଣ ବୋଲି କହିିଛିନ୍ତି କିଛି ବ୍ୟବସାୟୀ । ଗ୍ରୀଷ୍ଣ ଋତୁରେ କୁକୁଡାଙ୍କ ମୃତ୍ୟୁହାର ବୃଦ୍ଧି ସାଙ୍ଗକୁ କୁକୁଡା ଦାନା ଓ ଚିଆଁର ଆକାଶଛୁଆ ମୂଲ୍ୟ ବୃଦ୍ଧି ଯୋଗୁଁ ଚିକେନ ଦର ବଢ଼ିଥିବା ସେମାନେ କହିଛନ୍ତି । ହଠାତ ଚିଆଁ ଓ ଦାନା ମୂଲ୍ୟ ବୃଦ୍ଧି ଯୋଗୁଁ ଗ୍ରାମାଞ୍ଚଳ ଚାଷୀମାନେ ମାନେ ବ୍ରୟଲର କୁକୁଡ଼ା ଚାଷ ଏକ ପ୍ରକାର ବନ୍ଦ କରିଦେଇ ସାରିଲେଣି । ଚାହିଦା ଅନୁସାରେ ଚିକେନ ନ ମିଳିବା ଫଳରେ ବଜାର ଦର ବୃଦ୍ଧି ପାଉଥିବା ବ୍ୟବସାୟୀମାନେ କହିଛନ୍ତି ।

Spread the love

Leave a Reply

Your email address will not be published.

Advertisement

ଏବେ ଏବେ