ବୁଗୁଡ଼ାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲାର ବୁଗୁଡା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତ ପରିସରରେ ମଇ ୧୪ ତାରିଖ ଦିନ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି । ବୁଗୁଡା ଅଦାଲତର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅରୋଲିତି ପରିଚାଙ୍କ ଅଧ୍ୟକ୍ଷତାରେ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଫ୍ରଣ୍ଟ ଅଫିସ ରିଟେନର ଆଡଭୋକେଟ ସୁଶାନ୍ତ କୁମାର ସେଠୀ ଏବଂ ଆଡଭୋକେଟ ଭକ୍ତ ଚରଣ ଦାସ, ପ୍ରଭାତ କୁମାର ଜେନା, ବିଭୁଦତ୍ତ ନାୟକ, ଓ ସାଇ ସନ୍ତୋଷିନୀ ପ୍ରଧାନ ଙ୍କ ସମେତ ଅଦାଲତର ଲିଗାଲ କ୍ଳାର୍କ ଶ୍ରଦ୍ଧାଞ୍ଜଳି ସେଠୀ, କୃଷ୍ଣଚନ୍ଦ୍ର ପ୍ରମୁଖ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published.

Advertisement

ଏବେ ଏବେ