ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ବୃଦ୍ଧିପାଉଛି

ଜଗତସିଂହପୁର, (ଅନସୂୟା ରାଉତ) :-ଜଗତସିଂହପୁର ଜିଲ୍ଲାର ଆଠଗୋଟି ବ୍ଲକର ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣା ବୃଦ୍ଧି ପାଇବା ଘଟଣା ଚିନ୍ତାର ବିଷୟ ପାଲଟିଛି । ଏହି ସପ୍ତାହ ମଧ୍ୟରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ ପାଖାପାଖି ଶତାଧିକ ବ୍ୟକ୍ତି ସଡକ ଦୁର୍ଘଟଣା କାରଣରୁ ଚିକିତ୍ସିତ ହୋଇ ଫେରିଥିବା ବେଳେ ଅନ୍ୟ ଗୁରୁତର ମାନଙ୍କୁ କଟକ କଟକ ବଡ ଡାକ୍ତର ଖାନାକୁ ସ୍ଥାନାନ୍ତର କରିବାର ଖବର ମିଳିଛି । ସେମାନଙ୍କ ମଧ୍ୟରୁ କେତେଜଣ ମୃତ୍ୟୁବରଣ କରିଥିବା ଖବର ମିଳିଛି। ଜଗତସିଂହପୁର ଜିଲ୍ଲା ପ୍ରଶାସନ ତଥା ବୁଦ୍ଧି ଜୀବି ମହଲରେ ଏହି ସମସ୍ୟା ଚିନ୍ତାର କାରଣ ବଢାଇଛି । ଏହାର ମୁଖ୍ୟ କାରଣ କେହି କେହି ଅସାବଧାନତାରେ ଦ୍ରୁତ ଗତିରେ ଗାଡି ଗାଡି ଚଲାଇ ପଳାଇ ଯିବାକୁ ଚାହୁଁଛନ୍ତି ତ ଆଉ କିଏ ଅସାବଧାନତାର ସହ ଗାଡିପଛରେ ବସୁଛନ୍ତି । ଅନ୍ୟପଟେ ଜନସଂଖ୍ୟା ଶହେ ଗୁଣ ବୃଦ୍ଧି ଘଟୁଥିଲେ ମଧ୍ୟ ସଡକ ଗୁଡିକ ପ୍ରସସ୍ତି କରଣ ହୋଇପାରୁନାହିଁ । ଯାହାଫଳରେ ଦୁର୍ଘଟଣାର ଶିକାର ହେଉଛନ୍ତି ନିରୀହ ଲୋକ। ଗତକାଲି ସନ୍ଧ୍ୟାରେ ଜଗତସିଂହପୁର ଡିହସାହି ରାସ୍ତାର ଇଟାପଡା ଛକଠାରେ ଜଣେ ମହିଳା ବସିଥିବା ବାଇକରେ ତାଙ୍କର ଶାଢି କାନୀ ପଶିଯିବାରୁ ସେ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବାର ଖବର ଆସିଛି । ଜିଲ୍ଲା ପ୍ରଶାସନ ଦିନବେଳା ଭାରୀଯାନ ଚଳାଚଳ ବନ୍ଦ କରିଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଏହି ସମସ୍ୟା ପ୍ରତି ଜଗତସିଂହପୁର ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବିହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ