ଅଂଚଳବାସୀ ଓ ରେଳଯାତ୍ରୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ଟାଟାନଗର-ବାଦାମପାହାଡ ହେଉଛି ଶତାୟୁ ରେଳପଥ । ଏହି ରେଳପଥରେ ରାଇରଙ୍ଗପୁର ସନ୍ନିକଟ ଅଁଳାଯୋଡିରେ ଜଙ୍କସନର ଅଛି । ରେଳପଥ ବିଦ୍ୟୁତିକରଣ ଓ ନବୀକରଣ ଚାଲିଛି । ରେଳପଥ , ରେଳ ପ୍ଲାଟଫର୍ମ, ଶୌଚାଳୟ, ଆଶ୍ରୟ ଘର, ପିଇବା ପାଣି ସବୁକିଛି ଆଧୁନିକୀକରଣ ପାଇଁ ରେଳ ବିଭାଗ କୋଟିକୋଟି ଟଙ୍କା ମଂଜୁର କରୁଛନ୍ତି । ହେଲେ ରେଳବିଭାଗୀୟ କର୍ମଚାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଉନ୍ନତିକରଣ ମାନ ରହୁନାହିଁ । କାମ ଚାଲିଛି ମନ୍ଥର ଗତିରେ । କାମ ହେଉଛି ନିମ୍ନମାନର । ରେଳ ଉପଭୋକ୍ତା କହିଲେ ବି କେହି କର୍ଣ୍ଣପାତ କରୁନାହାନ୍ତି । ଯାହାକୁ ନେଇ ରେଳ ଉପଭୋକ୍ତା ଓ ଅଂଚଳବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଉଛି । ୫ ମାସ ହେଲା ଅଁଳା ଯୋଡ଼ି ପ୍ଲାଟଫର୍ମରେ ମାଟି ପକାଇ ଚୁପ୍ ବସିଛି ଠିକାଦାର । ରେଳଯାତ୍ରୀଙ୍କ ପାଇଁ ଆବଶ୍ୟକୀୟ ବସିବା ସ୍ଥାନ୍ ବ୍ୟବସ୍ଥା ନାହିଁ ଲୋକେ ଗଛମୂଳେ, ତଳେ ବସି ରେଳକୁ ଅପେକ୍ଷା କରିବାର ଲକ୍ଷ୍ୟ କରାଯାଉଥିଲା । ରେଳବିଭାଗ ଆଶ୍ରୟ ସ୍ଥଳ ଗଂଜୁଡୁମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଅଳିଆ ଆବର୍ଜ୍ଜନା ରେ ଭରପୁର । ପରିଷ୍କାର ପରିଛନ୍ନ ନାହିଁ । ସ୍ବଛତା ସଂପୁର୍ଣ୍ଣ ବିଫଳ ।ଡ଼ ଡ଼ହ ଖରା । ପ୍ଲାଟଫର୍ମ ରେ ଯାତ୍ରୀମାନଙ୍କ ପାଇଁ ପିଇବା ପାଣି ନାହିଁ । ସେହିଭଳି ମହିଳାଯାତ୍ରୀ ଙ୍କ ପାଇଁ ଶୌଚାଳୟ ନାହିଁ । ପୁରୁଷ ଶୌଚାଳୟ ଭାଙ୍ଗିଗଲାଣି । ଆବର୍ଜ୍ଜନା ଓ ଅପରିଷ୍କାର ଭରପୁର । ରେଳ ଆଧୁନିକୀକରଣ ଅତିଧିମା ଓ ମନ୍ଥର ଗତିରେ ଚାଲୁଛି ।ରେଳଯାତ୍ରୀ ମାନେ ଶୌଚାଳୟ ଓ ପିଇବା ପାଣି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ରେଳବାଇ କତୃପକ୍ଷ ତୁରନ୍ତ ଅଁଳାଯୋଡିରେଳ ଜଙ୍କସନ ପରିଦର୍ଶନ କରି ବିଭିନ୍ନ ସମସ୍ୟା ଅବଗତ ହୋଇ ବିହିତ ପଦକ୍ଷେପ ନେବା ପାଇଁ ଅଂଚଳବାସୀଓ ରେଳଯାତ୍ରୀମାନେ ଦାବି କରୁଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ