ଧର୍ମଗଡଠାରେ ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ) :-ଆଜି ସ୍ଥାନୀୟ ଧର୍ମଗଡ ଉପଖଣ୍ଡ ସ୍ଥିତ ବିଡିଓଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ ଗାଭାଲି ପରାଗ ହର୍ଷଦ୍ ଙ୍କ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆରକ୍ଷୀ ଅଧିକ୍ଷକ,କଳାହାଣ୍ଡି ଶ୍ରୀ ଅଭିଳାଷ ଜି, ପି ଡି, ଡି ଆର୍ ଡି ଏ ଶ୍ରୀ ସୋମେଶ ଉପାଧ୍ୟାୟ, ଉପ ଜିଲ୍ଲାପାଳ ଧର୍ମଗଡ଼ ଶ୍ରୀ ପାୱାର ସଚିନ୍ ପ୍ରକାଶ ଙ୍କ ସମେତ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପାଟ୍ଟଯୋଶୀ, ଏନ୍ ଏ ସି ଅଧ୍ୟକ୍ଷ ଶ୍ରୀ ଅଶୋକ ମହାନ୍ତି,ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଓ ଧର୍ମଗଡ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଜନ ଶୁଣାଣି ଶିବିରରେ ମୋଟ୍ ୪୩୭ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ । ସେଥିମଧ୍ୟରୁ ୪୧୬ଟି ବ୍ୟକ୍ତିଗତ ସମସ୍ୟା ଜର୍ଜରିତ ଅଭିଯୋଗ ଓ ୨୧ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା । ୨୭ଟି ଅଭିଯୋଗ ର ସମାଧାନ ତୁରନ୍ତ କରାଯାଇଥିଲା । ଜନ ଶୁଣାଣୀ ଶିବିର ପୂର୍ବରୁ ଜିଲ୍ଲାପାଳ ଡ଼ ଗାଭାଲି ଏବଂ ପି ଡି , ଡି ଆର୍ ଡି ଏ ଶ୍ରୀ ଉପାଧ୍ୟାୟ ସାମାଜିକ ଗଣମାଧ୍ୟମ, ମେଲ୍ ଓ ପତ୍ର ମାଧ୍ୟମରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପୋର୍ଟାଲ, ଜନଶୁଣାଣୀ ପୋର୍ଟାଲ ତଥା ଜିଲ୍ଲାପାଳଙ୍କ ଅଫିସ୍ କୁ ଆସିଥିବା ଆବେଦନ ର ଅଭିଯୋଗ ଓ ସମସ୍ୟା ସଂଯୁକ୍ତ ଜିଲ୍ଲାର ବିଭାଗୀୟ ଅଧିକାରୀ ଠାରେ ପ୍ରାପ୍ତ ହୋଇଥିବା ଅଭିଯୋଗ ର ସମୀକ୍ଷା କରି ଏହାର ଅଗ୍ରଗତି ଓ ସମାଧାନ ଶୀଘ୍ର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗ ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପେନସନ,ରାସନ୍ କାର୍ଡ, ଭତ୍ତା,ପାନୀୟ ଜଳ, ରାସ୍ତା, ପୋଲ, ଅଙ୍ଗନବାଡ଼ି କେନ୍ଦ୍ର ଉପରେ ଥିଲା ।

Spread the love

Leave a Reply

Your email address will not be published.

Advertisement

ଏବେ ଏବେ