ନେପାଳରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ବୁଦ୍ଧିଷ୍ଟ କଲ୍ଚର ଆଣ୍ଡ ହେରିଟେଜର ଶିଳାନ୍ୟାସ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବାଙ୍କ ସହ ଲୁମ୍ବିନୀ ମଠ କ୍ଷେତ୍ର, ଲୁମ୍ବିନୀ, ନେପାଳ ଠାରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ବୁଦ୍ଧିଷ୍ଟ କଲ୍ଚର ଆଣ୍ଡ ହେରିଟେଜ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି । ଏହି କେନ୍ଦ୍ର ଅନ୍ତର୍ଜାତୀୟ ବୌଦ୍ଧ ମହାସଂଘ, ନୂଆଦିଲ୍ଲୀଙ୍କ ଦ୍ୱାରା ଲୁମ୍ବିନୀ ଡେଭେଲପମେଣ୍ଟ ଟ୍ରଷ୍ଟ (ଏଲଡିଟି)ଙ୍କୁ ପ୍ରଦାନ କରାଯାଇଥିବା ଏକ ଜମିରେ ନିର୍ମିତ ହେବ । ମାର୍ଚ୍ଚ, ୨୦୨୨ରେ ଆଇବିସି ଓ ଏଲଡିଟିଙ୍କ ମଧ୍ୟରେ ହୋଇଥିବା ରାଜିନାମା ଅନ୍ତର୍ଗତ ଏହି ଜମି ଆବଣ୍ଟିତ ହୋଇଥିଲା । ତିନି ପ୍ରମୁଖ ବୌଦ୍ଧ ପରମ୍ପରା ଥେରବାଦ, ମହାଯାନ ଓ ବଜ୍ରଯାନସନ୍ୟାସୀମାନଙ୍କ ଦ୍ୱାରା ଶିଳାନ୍ୟାସ ସମାରୋହ ପରେ ଦୁଇ ପ୍ରଧାନମନ୍ତ୍ରୀ ଏହି କେନ୍ଦ୍ରର ଏକ ମଡେଲ ଉନ୍ମୋଚନ କରିଥିଲେ । ନିର୍ମାଣ ସରିବା ପରେ ସାରା ବିଶ୍ୱର ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କୁ ବୌଦ୍ଧ ଧର୍ମର ଆଧ୍ୟାତ୍ମିକ ଦିଗକୁ ସ୍ୱାଗତ କରିବାରେ ଏହା ବିଶ୍ୱସ୍ତରୀୟ କେନ୍ଦ୍ର ପାଲଟିବ । ଏହି କେନ୍ଦ୍ରରେ ଶକ୍ତି, ଜଳ ଓ ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ନେଟଜିରୋ ମାନକ ଅନୁରୂପ ଆଧୁନିକ କୋଠା ତଥା ପ୍ରାର୍ଥନା ଗୃହ, ଧ୍ୟାନ କେନ୍ଦ୍ର, ପାଠାଗାର, ପ୍ରଦର୍ଶନୀ ହଲ, କ୍ୟାଫେଟେରିଆ, କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ