‘ବିଏମଏସ’ ଜିଲ୍ଲା ସମ୍ମିଳନୀ ଓ ଅନୁବନ୍ଧିତ ଆଶାକର୍ମୀ ସଂଘ ଅଧିବେଶନ

ବାଲେଶ୍ୱର, (ସରୋଜ ପଣ୍ଡା) :-ଭାରତୀୟ ମଜଦୁର ସଂଘ (ବିଏମଏସ)ର ଜିଲା ସମ୍ମିଳନୀ ଓ ଏହି ସଂଗଠନ ସହ ଅନୁବନ୍ଧିତ ଓଡ଼ଶା ରାଜ୍ୟ ଆଶାକର୍ମୀ ସଂଘ ବାଲେଶ୍ୱର ଜିଲା ଶାଖର ବାର୍ଷିକ ଅଧିବେଶ ସ୍ଥାନୀୟ ଆୟୁଷ୍ମାନ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଜିଲା ସଭାପତି ଶକୁନ୍ତଳା ଗୋଚ୍ଛାୟତ ଏଥିରେ ପୌରୋହିତ୍ୟ କରିଥିଲେ । ‘ବିଏମଏସ’ର ରାଜ୍ୟ ସଭାପତି ଶ୍ରମିକ ନେତା ପୃଥୀରାଜ ପଣ୍ଡା ଏହି ସମ୍ମିଳନୀକୁ ଉଦଘାଟନ କରିଥିଲେ । ବିଏମଏସର ସାଂଗଠନିକ ଦିଗ ସାଙ୍ଗକୁ ସାମ୍ପ୍ରତିକ ସ୍ଥିତିରେ ଆଶା କର୍ମୀମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସେ ଆଲୋଚନା କରିଥିଲେ । ମାଆ ଶିଶୁର ଯତ୍ନ ନେବାଠାରୁ ଆରମ୍ଭ କରି ମହାମାରୀ କରୋନାରେ ଜୀବନକୁ ବିପନ୍ନ କରି ଲୋକଙ୍କ ସେବା ଯୋଗାଇ ଆସିଥିବା ଏହି ଆଶାକର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ ପାଇଁ ସେ ଦାବି କରିଥିଲେ । ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଳ ସେନ ଜଗଦେବ, ଡିପିଏମ ଅନୀଲ କୁମାର ମହାନ୍ତି, ଜିଲା ଆଶାକର୍ମୀ ସଂଯୋଜକ ସୁଜିତ କୁମାର ରାୟ, ‘ବିଏମଏସ’ ବାଲେଶ୍ୱର ପ୍ରଭାରୀ ମନୋଜ ବସନ୍ତ ରାୟଙ୍କ ସମେତ ବିଏମସ ରାଜ୍ୟ ସମ୍ପାଦକ ଗିରୀଶ ଚନ୍ଦ୍ର ମହନ୍ତ, ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘର ରାଜ୍ୟ ସଭାପତି ମମତା ମହାନ୍ତି, ବିଏମଏସର ଜିଲା ସଭାପତି ସଙ୍ଗୀତା ରାୟ, ସନ୍ଦୀପ କୁମାର ରଣା, ଏବଂ ସମାଜସେବୀ ମାନସ ରଥ ପ୍ରମୁଖ ଏଥିରେ ଅତିଥି ବକ୍ତାଭାବେ ଯୋଗଦେଇ ଆଶାକର୍ମୀଙ୍କ ନିଷ୍ଠାପର ସେବାକୁ ଉଚ୍ଚ ପ୍ରଶଂସା କରିଥିଲେ । ସେହିମାନଙ୍କ ସେବା ପାଇଁ ସମ୍ପ୍ରତି ବାଲେଶ୍ୱର ସମେତ ସମଗ୍ର ରାଜ୍ୟରେ ଶିଶୁ-ମାତୃ ମୃତ୍ୟୁହାର ବହୁ ପରିମାଣରେ ହ୍ରାସ ପାଇଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ତେବେ ସେମାନଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗ ପ୍ରଦାନ କରାଯିବା ଉଚିତ ବୋଲି ସେମାନେ କହିଥିଲେ । ଏହି ଅବସରରେ ଆସନ୍ତା ବର୍ଷ ପାଇଁ ନୂତନ ଜିଲା କମିଟି କର୍ମକର୍ତ୍ତା ଚୟନ କରାଯାଇଥିଲା । ଶେଷରେ ସମ୍ପାଦିକା ଜାନକୀ ରାଉଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ