ଶିଶୁ ବିଦ୍ୟାମନ୍ଦିରରେ କାର୍ଯ୍ୟାଳୟ ସାହୟକ କର୍ମଶାଳା

ବାଲେଶ୍ୱର, (ସରୋଜ ପଣ୍ଡା) :-ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତ ନିର୍ଦ୍ଦେଶାନୁସାରେ ଗତ ୧୫ ତାରିଖରୁ ବାଲିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଚାଲିଥିବା ପୂର୍ବୋତ୍ତର ସମ୍ଭାଗର ସାମୂହିକ କାର୍ଯ୍ୟଳୟ ସହାୟକ କର୍ମଶାଳା ଉଦଯାପିତ ହୋଇଯାଇଛି । ଉଦଘାଟନ ଉତ୍ସବରେ ବିଶ୍ୱହିନ୍ଦୁ ପରିଷଦର କ୍ଷେତ୍ରୀୟ ସହ-ସମ୍ପାଦକ ଗୌରୀ ପ୍ରସାଦ ରଥ, ପୂର୍ବୋତ୍ତର ସମ୍ଭାଗ ସଂଯୋଜକ ବିଭୂତ ଭୂଷଣ ପାଇକରାୟ, ପୂର୍ବୋତ୍ତର ସମାଚର କାର୍ଯ୍ୟାଳୟ ପ୍ରମୁଖ ପ୍ୟାରୀମୋହନ ପାଣି ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ସୁଧୀର କୁମାର ମହାନ୍ତି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏହି କର୍ମଶାଳାରେ ୧୪ ଜଣ ଆଚାର୍ଯ୍ୟା ଓ ୮ ଜଣ ଆଚାର୍ଯ୍ୟା ଯୋଗଦାନ କରିଥିଲେ । କାର୍ଯ୍ୟକତ୍ତା ଶମ୍ଭୁ ପ୍ରସାଦ ଦାଶଶର୍ମା, ପୂର୍ବଛାତ୍ର ପରିଷଦର ସଂଯୋଜକ ଦେବେନ୍ଦ୍ର କୁମାର ପଟ୍ଟନାୟକ, ବାଲେଶ୍ୱର ବିଭାଗ ନିରୀକ୍ଷକ ଯୋଗେନ୍ଦ୍ର ନାଥ ମହାନ୍ତ, ବାଲେଶ୍ୱର ସଂକୁଳର ପ୍ରମୁଖ ଉପେନ୍ଦ୍ର ନାଥ ପାତ୍ର, ସଂମ୍ପାଦକ ପୃଥିୀରାଜ ପଣ୍ଡା, ଧରଣୀଧର ମିଶ୍ର, ପରିଚାଳନା ସମିତିର ମୁଖ୍ୟ ଶାମସୁନ୍ଦର ବାସ୍କେ, ରବୀନ୍ଦ୍ର କୁମାର ମାଇତି ଓ ଡ. କୁମାର ଗୋପାଲ ଉପସ୍ଥିତ ଥିଲେ । କାର୍ତ୍ତକ ଚନ୍ଦ୍ର ବାରିକ କାର୍ଯ୍ୟାଳୟ ସହାୟକଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ପ୍ରଶିକ୍ଷକ ଅଭୟ କୁମାର ସାମଲ, ସତ୍ୟବ୍ରତ ଜେନା ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ଉଦଯାପନୀ ଉତ୍ସବରେ ବିଦ୍ୟାଳୟର ସରିଚାଳନା ସମିତିର ସଭାପତି କାଞ୍ଚନବାଳା ପାତ୍ରଙ୍କ ସଭାପତିତ୍ୱ କରିଥିବା ବେଳେ ପ୍ରଭାତୀ ସାହୁ, ଡ. ଅରବିନ୍ଦ ଗିରି ପ୍ରମୁଖ ଏଥିରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ