ଦୁର୍ଘଟଣାଗ୍ରସ୍ତ ବସ୍ ର ପରମିଟ୍ ରଦ୍ଦ

ବାଲେଶ୍ୱର, (ସରୋଜ ପଣ୍ଡା) :-ଗତ ଜାନୁଆରୀ ୨୨ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲା ମାଣତ୍ରୀ ରୁ ଭୁବନେଶ୍ୱର ଯାଉଥିବା ଏକ ବସ (ଙଊ୦୪କ-୨୨୨୫) ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ବିଦୁ ନିକଟରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୬ଜଣ ବ୍ୟକ୍ତି ପ୍ରାଣ ହରାଇବା ସହ ବହୁ ଯାତ୍ରୀ ଆହତ ହୋଇଥିଲେ । ପ୍ରାରମ୍ଭିକ ତଦନ୍ତରେ ବେପରୁଆ ଗାଡି ଚାଳନା ଓ ସଡକ ସୁରକ୍ଷା ଆଇନର ଉଲ୍ଲଙ୍ଘନ ପାଇଁ ଏହି ଦୁର୍ଘଟଣା ହୋଇଥିବା ଜଣାପଡିବା ପରେ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ସମ୍ପୃକ୍ତ ବସ୍‌ର ପରମିଟ୍ ବାତିଲ୍ କିମ୍ବା ରଦ୍ଦ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣକୁ ସୁପାରିଶ୍ କରିଥିଲେ । ତଦନୁଯାୟୀ ବିଭାଗ ପକ୍ଷରୁ ସମ୍ପୃକ୍ତ ବସ୍ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯିବା ସହିତ ବାଲେଶ୍ୱର ଆଂଚଳିକ ପରିବହନ କାର୍ଯ୍ୟାଳୟକୁ ଦୁର୍ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତଦନ୍ତ ରିପୋର୍ଟ ଓ ବସ ମାଲିକଙ୍କ ଠାରୁ କାରଣ ଦର୍ଶାଅ ନୋଟିସ ର ଉତର ପାଇବା ପରେ ପରିବହନ କମିଶନର ତଥା ରାଜ୍ୟ ପରିବହନ ପ୍ରାଧିକରଣଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବସ୍‌ର ସ୍ଥାୟୀ ପରମିଟ୍ (ଦ୍ଭକ୍ଟ.-ଚଚ୯୯/୧୪୦୩୪୭/ଏ) ଯାହା କି ୨୩/୦୬/୨୦୧୯ ରୁ ୨୧/୦୬/୨୦୨୪ ପର୍ଯ୍ୟନ୍ତ ବୈଧ ଥିଲା ତାହାକୁ ଏବେ ରଦ୍ଦ କରାଯାଇଛି । ବସକୁ ଭୁବନେଶ୍ୱର ରୁ ମାଣତ୍ରୀ ଭାୟା ଉଦଳା, ନୀଳଗିରି ରୁଟ୍‌ରେ ଚଳାଚଳ ପାଇଁ ପରମିଟ୍ ଦିଆଯାଇଥିବା ବେଳେ ତାହାକୁ ଏବେ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୬୫୭୦, ତା ୧୯-୦୫ -୨୦୨୨ ମତେ ରଦ୍ଦ କରାଯାଇଛି । ଏଥି ସହିତ ବସ୍ ମାଲିକଙ୍କୁ ଅରଜିନାଲ ପରମିଟ୍ କାଗଜପତ୍ର ରାଜ୍ୟ ପରିବହନ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସଡକ ସୁରକ୍ଷା ଆଇନର ଉଲ୍ଲଙ୍ଘନ କ୍ଷେତ୍ରରେ ଏଣିକି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ରଶ୍ମିରଞ୍ଜିତ ଦଳବେହେରା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ