ସୀମା ଟପିଲା ପୁଅ-ବୋହୁଙ୍କ ନିର୍ଯାତନା : ନ୍ୟାୟ ପାଇଁ ପ୍ରଶାସନକୁ ଦୁଃଖ ଜଣାଇଲେ ବୃଦ୍ଧା

ବାଲେଶ୍ୱର, (ସରୋଜ ପଣ୍ଡା) :-ବୟସର ଅପରାହ୍ନରେ ପରିବାରଠାରୁ ଉଚିତ ସେବାଯତ୍ନ ନ ପାଇ ନ୍ୟାୟ ପାଇଁ ବାଲିଆପଳ ଅଞ୍ଚଳର ଜନୈକ ବୃଦ୍ଧା ଜିଲା ପ୍ରଶାସନର ଦ୍ୱାରସ୍ଥ ହେବା ଘଟଣା ସମ୍ପ୍ରତି ଉଦବେଗର ବିଷୟ ହୋଇଛି । ବଲିଆପାଳ ବ୍ଲକ ଦକ୍ଷିଣପଡ଼ା ଗ୍ରାମର ରାମଚନ୍ଦ୍ର ପାତ୍ରଙ୍କ ଦୀର୍ଘଦିନ ପୂର୍ବରୁ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ପତ୍ନୀ ବାସନ୍ତି ପାତ୍ର (୬୯) ଏବେ ଦୁଇ ପୁଅଙ୍କ ପାଖରେ ରହୁଛନ୍ତି । ତେବେ ମୃତ୍ୟୁ ପୂର୍ବରୁ ସ୍ୱାମୀ ତାଙ୍କ ନାମରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ଖପରାପଦା ଶାଖାରେ ରଖି ଯାଇଥିବା ୨ ଲକ୍ଷ ଟଙ୍କାକୁ ନେଇ ଏବେ ପୁଅ-ବୋହୂମାନେ ତାଙ୍କ ଉପରେ ନିର୍ଯାତନା କରୁଥିବା ବୃଦ୍ଧା ଶ୍ରୀମତୀ ପାତ୍ର କହିଛନ୍ତି । ତାଙ୍କ କହିବା ଅନୁସାରେ ଶ୍ରୀମତୀ ପାତ୍ର ସେହି ୨ଲକ୍ଷ ଟଙ୍କା ବ୍ୟାଙ୍କରେ ଫିକ୍ସଡ ରଖିବା ସାଙ୍ଗକୁ ଦୁଇପୁଅଙ୍କ ପୁଅ ଅର୍ଥାତ ନାତିଙ୍କୁ ନୋମିନି ଭାବେ ରଖିଛନ୍ତି । ପାଉଥିବା ୫ ଶହ ଟଙ୍କାର ବିଧବା ଭତ୍ତା ଓ ମିଳୁଥିବା ଚାଉଳ ସେ ପ୍ରତିମାସ ପୁଅଙ୍କୁ ଦେଇଥା’ନ୍ତି । ମାତ୍ର ବ୍ୟାଙ୍କରେ ଥିବା ଟଙ୍କାକୁ ଉଠାଇ ତାଙ୍କୁ ଦେବା ପାଇଁ ପୁଅ-ବୋହୂମାନେ ସବୁବେଳେ ଜିଦ ଧରିବା ସହ ତାଙ୍କୁ ବିଭିନ୍ନ ସମୟରେ ଗାଳି ମାଡ଼ ଦେଉଥିବା ଶ୍ରୀମତୀ ପାତ୍ର ଆରୋପ କରିଛନ୍ତି । ଏମିତିକି ଖାଇବାକୁ ନ ଦେଇ ସେମାନେ ତାଙ୍କୁ ବହୁବାର ଘରୁ ବାହାର କରିଦିଅନ୍ତି । ତେଣୁ ସେ ବାଧ୍ୟ ହୋଇ ଝିଅର ଶାଶୂ ଘରକୁ ଯାଇ କିଛିଦିନ ରହିଥା’ନ୍ତି । ଜମିବାଡ଼ି ଥିଲେ ସୁଦ୍ଧା ବୁଅବୋହୂ ତାଙ୍କୁ ଦେଉଥିବା ନିର୍ଯାତନାକୁ ନେଇ ସେ ପୂର୍ବରୁ ବାଲିଆପାଳ ଥାନାକୁ ବି ଯାଇଛନ୍ତି । ପୁଲିସ ଅଧିକାରୀ ଦୁଇ ପଆଙ୍କୁ ଥାନାକୁ ଡକାଇ ବୁଝାସୁଝା କରି ଘରକୁ ପଠାଇ ଦେଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ସେମାନଙ୍କ ଦୌରାତ୍ମ୍ୟ ବଢ଼ିବା ଦେଖି ନ୍ୟାୟ ପାଇଁ ଶ୍ରୀମତୀ ସାହୁ ବାଲେଶ୍ୱର ଉପ-ଜିଲାପାଳଙ୍କୁ ଆପତ୍ତି ଜଣାଇଛନ୍ତି । ଏନେଇ ସେ ଏକ ଲିଖିତ ଭିଯୋଗପତ୍ର ବି ଦେଇଛନ୍ତି । ଯଦି କେହି ନ ବୁଝିବେ ବାଧ୍ୟ ହୋଇ ଆତ୍ମହତ୍ୟା କରିବେ ବୋଲି ସେ ଉପ-ଜିଲାପାଳଙ୍କୁ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ