ଖରିଫ ଋତୁ ଚାଷ ପାଇଁ ଚାଷୀଙ୍କୁ ରିହାତି ଦରରେ ଯୋଗାଇ ଦିଆଯାଉଛି ଧାନ ବିହନ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ କୃଷି ବିଭାଗ ପକ୍ଷରୁ ଖରିଫ ଋତୁ ଚାଷ ୨୦୨୨–୨୩ ସକାଶେ ଚାଷୀଙ୍କୁ ରିହାତି ଦରରେ ଧାନ ବିହନ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ଯୋଜନା ରହିଛି । ଜିଲ୍ଲାରେ ମୁଖ୍ୟତଃ ୭ ଟି ବ୍ଳକ . ତେବେ ଗୋଶାଣି, କାଶୀ ନଗର ଓ ଗୁମ୍ମା ଏହି ତିନୋଟି ବ୍ଳକ ରେ ଅଧିକ ଧାନ ଚାଷ ହୋଇଥାଏ । ଚଳିତ ବର୍ଷ ୨୦୨୨–୨୩ ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ ହଜାର କ୍ୟୁଇଣ୍ଟାଲ ଧାନ ବିହନ ରିହାତି ଦରରେ ଯୋଗାଇ ଦେବାର ଲକ୍ଷ୍ୟ ରହିଛି । ଚାଷୀ ଙ୍କ ଚାହିଦା ଅନୁସାରେ ବିଭିନ୍ନ କିସମର ଧାନ ବିହନ ଏମଟିୟୁ ୧୦୦୧, ଏମଟିୟୁ ୧୦୭୫ , ପୂଜା, ପ୍ରତୀକ୍ଷା, ସ୍ୱର୍ଣ୍ଣ ମସୁରି, ସ୍ୱର୍ଣ୍ଣ ସବୱାନ, ଆରଜିଏଲ୍ ୨୫୩୭, ସାରଳା, ଏମଟିୟୁ ୧୦୬୧, ଏମଟିୟୁ ୧୦୬୪, ସିଆର ୮୦୦, ଏମଟିୟୁ ୧୨୨୪ କିସମର ଧାନ ବିହନ ଥିବା ର ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ରେ ମୁଖ୍ୟତଃ ଚାଷି ମାନଙ୍କର ପୂଜା, ୧୦୬୧,୧୦୬୪, ଆରଜିଏଲ୍ ବିହନ ର ଚାହିଦା ରହିଥିବାର ବିଭାଗୀୟ ଅଧିକାରୀ କହିଛନ୍ତି । ଜିଲ୍ଲା ରେ ୧୦୫ ଗୋଟି ଲେମସ, ଡିଲର ଜରିଆରେ ଧାନ ବିହନ ଯୋଗାଇ ଦିଆଯାଉଛି । ପଞ୍ଜିକୃତ ହୋଇଥିବା ଚାଷୀଙ୍କୁ ଚଳିତ ବର୍ଷ ବସ୍ତା ପିଛା ଥିବା ଦରରେ ଧାନ ବିହନ କିଣିଲେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡେବିଟ ମାଧ୍ୟମରେ ସିଧାସଳଖ ରିହାତି ସବସିଡି ସରକାର ଯୋଗାଇ ଦେବାର ବ୍ୟବସ୍ଥା ରହିଛି ବୋଲି କୃଷି ବିଭାଗ ପକ୍ଷରୁ ଗଣମାଧ୍ୟମ କୁ ସୂଚନା ମିଳିଛି ।