ଇଏସଆଇ ଡାକ୍ତରଖାନା ପାଇଁ ପ୍ରୟାସ

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ଵର ଏକ ଶିଳ୍ପ ବହୁଳ ଅଞ୍ଚଳ ହୋଇଥିଲେ ହେଁ ଏଠାରେ ଗୋଟିଏ ESI hospital ନଥିବା ହେତୁ ଶ୍ରମିକ ମାନଙ୍କର ଜରୁରୀ ଚିକିତ୍ସା ପାଇଁ ବାହାରକୁ ଯିବାକୁ ପଡୁଅଛି । ଏ ବିଷୟରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପୂର୍ବରୁ ଅନେକ ଥର ପତ୍ରାଚାର କରିଥିଲେ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଆଜି ମାନ୍ୟବର କେନ୍ଦ୍ର ଶ୍ରମ ଓ ନିଯୁକ୍ତି ଏବଂ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀଯୁକ୍ତ ଭୂପେନ୍ଦ୍ର ଯାଦବଙ୍କୁ ଭେଟି ESI hospital ପ୍ରତିଷ୍ଠା ପାଇଁ ପତ୍ର ଦେବା ସହିତ ଆଲୋଚନା କରିଛନ୍ତି । ମାନ୍ୟବର ମନ୍ତ୍ରୀ ସଙ୍ଗେ ସଙ୍ଗେ ବିଭାଗୀୟ ଅଧିକାରୀ  ମାନଙ୍କୁ ଶୀଘ୍ର ଏହି କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି I
Spread the love

Leave a Reply

Your email address will not be published.

Advertisement

ଏବେ ଏବେ