କୁହୁଡି ଠାରେ ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ

ନିମାପଡା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଲବଣ ସତ୍ୟାଗ୍ରହ ସ୍ମୃତି କମିଟି ଆନୁକୂଲ୍ୟରେ ଅସ୍ତରଙ୍ଗ ସ୍ଥିତ କୁହୁଡି ଠାରେ ଆଜି ୯୨ ତମ ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ-୨0୨୨ ଓ ସ୍ମୃତି ଦିବସ ପାଳିତ ହୋଇଯାଇଛି | ସ୍ଵାଧୀନତା ସଂଗ୍ରାମୀ ସୋମନାଥ ପାତ୍ର ଙ୍କ ସଭାପତିତ୍ଵ ରେ ଆୟୋଜିତ ସମାରୋହ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜଳସମ୍ପଦ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଯୁବ, ପ୍ରଯୁକ୍ତି,କ୍ରୀଡା ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ, ରବି ମଲ୍ଲିକ,ପ୍ରହଲ୍ଲାଦ ସିଂହ, ଦାଶ ବେହେନୁର, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ,ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ,ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧକ୍ଷା ଆରତୀ ନାୟକ, ପୂର୍ବତନ ସମିତିସଭ୍ୟ ଦିବାକର ଛାଟୋଇ, କାକଟପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଧର ନାୟକ,ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଅସ୍ତରଙ୍ଗ ସରପଞ୍ଚ ରାମଚନ୍ଦ୍ର କାଣ୍ଡି, ରାଜ୍ୟ କଂଗ୍ରେସ କୃଷକ ସେଲ ଅଧକ୍ଷ ଅମୀୟ ପଟ୍ଟନାୟକ, ପଣ୍ଡିତ କାଳନ୍ଦୀ ଚରଣ ଛାଟୋଇ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ | କାର୍ଯ୍ୟକ୍ରମ ଆରମ୍ଭରେ ଓଡିଶାର ବରେଣ୍ୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଭର୍ଚୁଆଲ ବାର୍ତ୍ତା ମାଧ୍ୟମରେ ଲବଣ ସତ୍ୟାଗ୍ରହ ଉପରେ ନିଜର ଅଭିଭାଷଣ ପ୍ରଦାନ କରି ଥିଲେ | କୁହୁଡିର ବୀରମାଟିରେ ୧୯୩0 ମସିହାରେ ହୋଇଥିବା ଲବଣ ସତ୍ୟାଗ୍ରହ ଆନ୍ଦୋଳନ ଓ ଏଥିରେ ଅଂଶ ଗ୍ରହଣ କରିଥିବା ସଂଗ୍ରାମୀ ମାନଙ୍କ ଥିବା ଭୂମିକା ଉପରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରଘୁନନ୍ଦନ ଦାସ ନିଜର ଅଭିଭାଷଣ ପ୍ରଦାନ କରିଥିଲେ | ସେହିପରି ଅନ୍ୟ ଅତିଥିମାନେ ଲବଣ ସତ୍ୟାଗ୍ରହ, ତାର ଗୁଣଗାରିମା, କୁହୁଡି ବିରମାଟିର ବୀରତ୍ୱ ସମ୍ପର୍କରେ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ