ସମବାୟ ସମତିର ଭୋଟର ତାଲିକାରେ ତ୍ରୁଟିକୁ  ନେଇ ବଢ଼ୁଛି ଅସନ୍ତୋଷ  

ହାଟଡିହି, (ବିକାଶ ବିଶ୍ୱାଳ) :-ତରତରା ସେବା ସମବାୟ ସମିତି ଭୋଟର ତାଲିକାରେ ତ୍ରୁଟି ପରିଲକ୍ଷିତ ହୋଇଛି । ଏହି ସମିତି ଅଧିନରେ ତରତରା, କାଠକଟା ଓ କଣ୍ଟିପାଳ ପଞ୍ଚାୟତର ୧୫ଟି ଜୋନରେ ୨୭୦୮ଜଣ ଚାଷୀ ଥିବାବେଳେ ୨୧୦ଜଣ ପୁରୁଷ ଭୋଟର ଓ ୮ଜଣ ମହିଳା ଭୋଟର ଏହିପରି ମୋଟ ୨୧୮ଜଣ ଭୋଟର ଅଛନ୍ତି । ଆସନ୍ତା ଜୁନ ୧୯ତାରିଖରେ ଏହି ସମିତିର ନିର୍ବାଚନ ଅନୁଷ୍ଠିତ ହେବାକୁ ଧାର୍ଯ୍ୟ ହୋଇଛି । ତେବେ ଏଥିପାଇଁ ଭୋଟର ତାଲିକା ପ୍ରକାଶ ପାଇବାପରେ ଅନେକ ଭୋଟରଙ୍କ ନାମ ଏପଟ ସେପଟ କରାଯାଇଥିବା ଜଣାପଡିବାପରେ ଅସନ୍ତୋଷ ପ୍ରକାଶ ପାଇଛି ।  ମନେ ମନେ କିଛି ଚାଷୀଙ୍କ ନାମକୁ ବାଦ ଦିଆଯିବା ସହ ନିଜ ସମର୍ଥକଙ୍କୁ ବିଜୟୀ କରାଇବା ଉଦେ୍ଦଶ୍ୟରେ ଏପରି ଭୋଟର ତାଲିକା ପ୍ରସ୍ତୁତ କରାଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଯାହାଦ୍ୱାରାକି କିଛି ଆଶୟୀ ନିର୍ବାଚନରେ ପ୍ରାର୍ଥୀ ହେବାରୁ ବଞ୍ଚିତ ହେବା ନିଶ୍ଚିତ ହୋଇଛି । ଏସମ୍ପର୍କରେ ସମିତିର ସମ୍ପାଦକ ରବିନ୍ଦ୍ର କୁମାର ଧଳଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଭୋଟର ତାଲିକାରେ ତ୍ରୁଟି ରହିଛି, ଏନେଇ ସେ ନିର୍ବାଚନ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ