ପୂର୍ବ ଶତ୍ରୁତା କୁ ନେଇ ହତ୍ୟାକାଣ୍ଡ

କୋଦଳା, (ଗୁଲସନ କୁମାର କର) :-ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଢାମ୍ବ ଖଇରପଲ୍ଲୀ ରାସ୍ତାରେ ଆଜି ରାତି ରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଏହି ହତ୍ୟାକାଣ୍ଡ ରେ ଖଜାପଲି ଗ୍ରାମ ର ରାଜୁ ବିଷୋଇ ଙ୍କ ମୃତ୍ୟୁ ହୋଇଥିବା ବେଳେ.. ଗୋଟିଏ ବୋଲେରୋରେ ଦୁବୃର୍ତ୍ତ ମାନେ ଆସି ହତ୍ୟା କରି ଫେରାର ହୋଇଯାଇଛନ୍ତି । ତେବେ ହତ୍ୟାକାଣ୍ଡ ର କାରଣ ପୂର୍ବ ଶତ୍ରୁତା କୁ ନେଇ ଘଟିଥିବା ଅଭିଯୋଗ ହୋଇଛି…ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବୋଲେରୋକୁ ମଧ୍ୟ ଜବତ କରିଛି । ତେବେ ହତ୍ୟାକାଣ୍ଡ ସମୟରେ ମୃତ ବ୍ୟକ୍ତିଙ୍କ ନିକଟରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ଅଳ୍ପକେ ହତ୍ୟାକାରୀକଂ କବଳରୁ ବର୍ତି ଯାଇଛନ୍ତି ।ମିଳିଥିବା ଖବର ଅନୁଯାୟୀ, ରାଜୁ ବିଶୋଇ ଓ ଅନ୍ୟ ଜଣେ ନିଜ ଇଣ୍ଡିଗୋ କାର ରେ ବାହାଲପଲ୍ଲୀ ଯାଇ ଗାଁ କୁ ଫେରୁଥିବା ବେଳେ ରାସ୍ତାରେ ହତ୍ୟା କରାଯାଇଥିବା ଶୁଣାଯାଉଛି…

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ