ପ୍ରଶାସନ ପକ୍ଷରୁ ରାସ୍ତା ଅବରୋଦ ଉଚ୍ଛେଦ ହେଲା

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ତହସିଲ ଅଧିନସ୍ଥ ଅଁରା ଗ୍ରାମରେ ଏକ ସରକାରୀ ଜମି ଜବରଦଖଲ ଉଚ୍ଛେଦ କରିବାକୁ ଯାଇଥିବା ତହସିଲ ପ୍ରଶାସନ କେବଳ ବାଡ ଉଚ୍ଛେଦ କରିଥିବାବେଳେ ଘର ଉଚ୍ଛେଦ କରିନପାରି ଫେରି ଆସିଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ଗଡିଆ ସାହିର ହରିହର ଜେନା ନାମକ ଜଣେ ବ୍ୟକ୍ତି ସରକାରୀ ଜମି ଉପରେ ବାଡ ବୁଜିବା ସହିତ ଏକ ଗୋରୁ ଗୁହାଳ କରିଥିବା ଅଭିଯୋଗ ହୋଇଥିଲା ।  ଫଳରେ ରାସ୍ତାରେ ଯାତାୟତ କ୍ଷେତ୍ରରେ ବାଧା ଉପୁଜୁଥିଲା । ଏନେଇ ଅଭିଯୋଗ ହେବାପରେ ଆଜି ହାଟଡହି ତହସିଲ ପକ୍ଷରୁ ବ୍ୟାପକ ପୁଲିସ ଫୋର୍ସ ନେଇ ଉଚ୍ଚେଦ ପାଇଁ ଯାଇଥିଲେ । ମାତ୍ର ନୋଟିସ ଗ୍ରହଣ କରିଥିବା ବ୍ୟକ୍ତି ଅନୁପସ୍ଥିତି ଥିବା କାରଣରୁ ପ୍ରଶାସନ ଗୁହାଳ ଘରକୁ ଭାଙ୍ଗି ନପାରି କେବଳ ବାଡଟିକୁ ମେସିନ ସାହାଯ୍ୟରେ  ଉପାଡି ଦେଇ ପଳାଇ ଆସିଛି । ପରବର୍ତ୍ତୀ ସମୟରେ ପୁନର୍ବାର ନୋଟିସ କରାଯାଇ ଉଚ୍ଚେଦ କରାଯିବ ବୋଲି ରାଜସ୍ୱ ନିରୀକ୍ଷକ ସୁଚନା ଦେଇଛନ୍ତି । ଅନ୍ୟପକ୍ଷରେ ଏହି ସାହିର ଅନେକ ଲୋକ ମୁଲ୍ୟବାନ ସରକାରୀ  ଜମି ଜବରଦଖଲ କରିଥିବାବେଳେ କେବଳ ହରିହରଙ୍କୁ କାହିଁକି ଉଚ୍ଛେଦ କରାଯିବ ବୋଲି କିଛି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ