ଜବରଦଖଲ ଉଠାଇବାକୁ କେନ୍ଦ୍ରକରି ଡଅଁରରେ ଗଣ୍ଡଗୋଳ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଡଅଁର ଗ୍ରାମରେ ଜବରଦଖଲ ହଟାିବାକୁ ନେଇ ଗଣ୍ଡଗୋଳ ଘଟିଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଡଅଁର ଠାରୁ ଜୋରା ଗଡିଆ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଡ୍ରେନେଜ କାର୍ଯ୍ୟ ମଧ୍ୟ ଚାଲିଛି ।  ଏହି ରାସ୍ତାର ଏକ ସ୍ଥାନରେ ଗ୍ରାମର ଜଣେ ବ୍ୟକ୍ତି କିଛି ଜମିକୁ ମାଟି ପକାଇ ଘେରାଉ କରି ଜବରଦଖଲ କରିଥିଲେ । ଯାହାଦ୍ୱାରା ହରିଜନ ସାହିର ଅନେକ ପରିବାର ପାଣି ଘେରରେ ରହିବା ଆଶଙ୍କା ଦେଖା ଦେଇଥିଲା । ଏନେଇ ଅଭିଯୋଗ ହେବାପରେ ଆଜି ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳକୁ ଚିହ୍ନଟ ପାଇଁ ଯାଇଥିବାବେଳେ ସ୍ଥାନୀୟ କିଛି ବ୍ୟକ୍ତି ଜବରଦଖଲ କରିଥିବା ଜିତୁ  ବେହେରାକୁ ଡାକିଥିଲେ । ଏହାର କିଛିସମୟ ପରେ ଜିତୁଙ୍କ ପୁଅ ଆସି ତାଙ୍କ ବାପାଙ୍କୁ ଡକାଇଥିବା ବ୍ୟକ୍ତିମାନଙ୍କୁ ଗାଳି ଗୁଲଜ କରିଥିଲା । ଏହାକୁନେଇ ସେଠାରେ ଉଭୟ ପକ୍ଷଙ୍କ ମଧ୍ୟରେ ମାଡପିଟ ହୋଇଥିଲା । ତାଙ୍କ ଯୁକ୍ତି ଯେ ଗ୍ରାମର ଅନେକ ବ୍ୟକ୍ତି ଏବେ ସରକାରୀ ଜମି ଜବରଦକଲରେ ଅଛନ୍ତି । ତେଣୁ ସମସ୍ତଙ୍କୁ ଜବରଦଖଲରୁ ହଟାଯାଉ । କେବଳ ଆମର କାହିଁକି ଉଚ୍ଛେଦ କରାଯିବ ବୋଲି ଅଭିଯୋଗ କରିଛନ୍ତି । ଏନେଇ ଉଭୟ ପକ୍ଷଙ୍କ ପକ୍ଷରୁ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ